ପରଲୋକରେ ପୂର୍ବତନ ପୁଲିସ୍ ଡିଜି ଜନ୍ ନାୟକ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ପୁଲିସ ଡିଜି ଜନ୍ ନାୟକଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଛି। ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ୍ ଡିଜି ଅଭୟ।
Mr John Nayak , a 1965 batch IPS officer who retired in 2002 ,succumbed to Covid -19 last night .His journey from a remote tribal village of Phulbani to rank of DG was inspirational .He was humble, accessible and compassionate .Our respectful tribute to him .RIP sir.
— DGP, Odisha (@DGPOdisha) October 9, 2020
ଡିଜିପି ଅଭୟ ଟୁଇଟ୍ କରି ଲେଖିଛନ୍ତି, ‘୨୦୦୨ ମସିହାରେ ଅବସର ନେଇଥିବା ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକ ଗତକାଲି ରାତିରେ କରୋନାରେ ପ୍ରାଣତ୍ୟାତଗ କରିଛନ୍ତି। ଫୁଲବାଣୀର ଏକ ଦୂର ଆଦିବାସୀ ଗ୍ରାମରୁ ଆସି ଡିଜି ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରେରଣାଦାୟକ ଥିଲା। ସେ ଅତ୍ୟନ୍ତ ଭଦ୍ର, ନମ୍ର, ଏବଂ ଦୟାଳୁ ଥିଲେ। ତାଙ୍କ ପ୍ରତି ଆମର ସମ୍ମାନଜନକ ଶ୍ରଦ୍ଧାଞ୍ଜଳି। ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।’
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।