ଅଶେଷଙ୍କୁ ଶେଷ କରିଦେବାକୁ ହୋଇଥିଲା ଷଡ଼ଯନ୍ତ୍ର; ୪ ଗିରଫ, ୨ ଫେରାର

ରାଉରକେଲା (ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ରାତିରେ ରାଉରକେଲା ପୌରପାଳିକାର ପୂର୍ବତନ କାଉନ୍‌ସିଲର ବୁଲୁ ମହାନ୍ତି ଓରଫ ଅଶେଷ ମହାନ୍ତିଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ୍ ୪ ଜଣ ଅପରାଧୀଙ୍କୁ ଗିରଫ କରିଛି। ବିଶ୍ରା ଓ ମାଲଗୋଦାମ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଅପରାଧୀମାନେ ହେଲେ ଭାଟି ରୋଡ୍ ଅଞ୍ଚଳର ମୁସ୍ତାକ୍ ଆଲମ୍‌, ବିଶ୍ରାର ଲାଲୁ ଓରଫ୍ […]

raurkela

raurkela

Jitendra Garnayak
  • Published: Wednesday, 12 February 2020
  • Updated: 12 February 2020, 06:16 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ରାତିରେ ରାଉରକେଲା ପୌରପାଳିକାର ପୂର୍ବତନ କାଉନ୍‌ସିଲର ବୁଲୁ ମହାନ୍ତି ଓରଫ ଅଶେଷ ମହାନ୍ତିଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ୍ ୪ ଜଣ ଅପରାଧୀଙ୍କୁ ଗିରଫ କରିଛି। ବିଶ୍ରା ଓ ମାଲଗୋଦାମ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।

ଗିରଫ ହୋଇଥିବା ଅପରାଧୀମାନେ ହେଲେ ଭାଟି ରୋଡ୍ ଅଞ୍ଚଳର ମୁସ୍ତାକ୍ ଆଲମ୍‌, ବିଶ୍ରାର ଲାଲୁ ଓରଫ୍ ଅବୁଜାର ଗ‍ଫାରୀ, ମହମ୍ମଦ ଅମିନ ରାଜା ଓ ବାବୁ ଓରଫ୍ ଆକବର ଅଲି। ଏମାନେ ସମସ୍ତେ ପୂର୍ବରୁ ହତ୍ୟା, ଡକାୟତି, ଲୁଟ୍‌ ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ମାମଲା ରହିଛି। ଏମାନଙ୍କଠାରୁ ବୋମା ତିଆରି ଲାଗି ଦରକାର ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ବୁଲୁଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା ଓ ଏଥିପାଇଁ ମାଲଗୋଦାମର ଏକ ଘରେ ବୋମା ପ୍ରସ୍ତୁତ କରାଯାଇଥିବା ବେଳେ ସେଠାରୁ ବୋମା ତିଆରି ସାମଗ୍ରୀ ଜବତ କରାଯାଇଛି। ମାଲ ଗୋଦାମ ରେଳବାଇ ସାଇଡିଂରେ ଲୋଡିଙ୍ଗ ଏବଂ ଅନ୍ ଲୋଡିଙ୍ଗ କ୍ଷେତ୍ରରେ ନିଜ ଦବଦବା ଜାରି ରଖିବାକୁ ଏହି ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ପୁଲିସ୍ ତଦନ୍ତରୁ ଜଣାପଡ଼ିଛି।

ପୁଲିସ୍ ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ଅନ୍‌ମୋଲ ସିଂହଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ମୁସ୍ତାକ ଜେଲ୍‌ରୁ ବାହାରିବା ପରେ ୱେସ୍କୋର କଲେକ୍ସନ୍ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲା। ତେବେ ଏଥିରୁ ହେଉଥିବା ଆୟରେ ସେ ସନ୍ତୁଷ୍ଟ ନଥିଲା। ସେ ଦେଖିଲା ଯେ ମାଲଗୋଦାମ ରେଲୱେ ଷ୍ଟେସନ୍‌ ଲୋଡିଂ ପଏଣ୍ଟରେ ଦୁଇଟି ଗୋଷ୍ଠୀ ବହୁତ ଭଲ ରୋଜଗାର କରୁଛନ୍ତି। ତେଣୁ ସେ ସ୍ୱପ୍ନ ଦେଖିବାକୁ ଲାଗିଲା। ସେ ଭାବିଲା ଯେ ବୁଲୁ ମହାନ୍ତିଙ୍କର ରାଉରକେଲା ଓ ମାଲଗୋଦାମ ରେଲୱେ ସାଇଡିଂ ଲୋଡିଂ ପଏଣ୍ଟରେ ଭଲ ଦବଦବା ରହିଛି। ଯଦି ସେ ତାଙ୍କୁ ମାରିଦିଏ ତା’ହେଲେ ଲୋଡିଂ ସାଇଟ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ପାରିବ ଓ  ସହଜରେ ବହୁତ ଟଙ୍କା ରୋଜଗାର କରିପାରିବ। ଏହା ପରେ ସେ ଜେଲ୍‌ରୁ ଜଣେ ପେଶାଦାର ଅପରାଧୀକୁ ମୁକୁଳାଇ ଥିଲା। ଦୁହେଁ ମିଶି ଅନ୍ୟ ଅଭିଯୁକ୍ତମାନଙ୍କୁ ବିଶ୍ୱାସକୁ ନେଇଥିଲେ। ମାଲଗୋଦାମର ଏକ ଘରେ ବୁଲୁ ମହାନ୍ତିଙ୍କ ହତ୍ୟା ଷଡ଼ଯନ୍ତ୍ର ରଚା ଯାଇଥିଲା। ତାଙ୍କୁ ମାରି ଦେଲେ ସେମାନେ ମାସକୁ ଲକ୍ଷେ ଟଙ୍କା ଲେଖାଏଁ ଆୟ କରିବେ ବୋଲି ମୁସ୍ତାକ କହିଥିଲା। ଏହା ପରେ ବୁଲୁ ମହାନ୍ତିଙ୍କ ଉପରେ ୬ ଦିନ ଧରି ଅଭିଯୁକ୍ତମାନେ ନଜର ରଖିଥିଲେ। ବିଶେଷ କରି ତାଙ୍କ ଯିବାଆସିବା ସମୟ ଉପରେ ନଜର ରଖିଥିଲେ। ବୁଲୁ ମହାନ୍ତି ସାଧାରଣତଃ ରାତି ୯ଟାରୁ ୯ଟା ୪୦ ମଧ୍ୟରେ ଘରକୁ ଫେରନ୍ତି। ଆଉ ଶେଷରେ ୬ ତାରିଖ ରାତିରେ ଅଭିଯୁକ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos