ଭୁବନେଶ୍ୱର ଏମ୍ସ ଆକାଉଣ୍ଟରୁ ୪ କୋଟି ହଡ଼ପ

ଫୁଲବାଣୀ (ତ୍ରିନାଥ ସାହୁ): ଭୁବନେଶ୍ୱର ଏମ୍ସର ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍‌ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମନ୍ତବ୍ୟ ଦେଉନାହାନ୍ତି। ସୂଚନା ଅନୁଯାୟୀ, ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ […]

aiims

aiims

Jitendra Garnayak
  • Published: Tuesday, 26 November 2019
  • Updated: 26 November 2019, 06:34 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଭୁବନେଶ୍ୱର ଏମ୍ସର ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍‌ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମନ୍ତବ୍ୟ ଦେଉନାହାନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା ଆସିଥିଲା। ଏହାପରେ ଫୁଲବାଣୀ ଏସ୍‌ବିଆଇର କର୍ମଚାରୀଙ୍କ ପ୍ରରୋଚନାରେ ସେ ଏହି ଟଙ୍କା ଉଠାଇ ନେଇଥିବା ଚନ୍ଦ୍ର ନିଜେ କହିଛନ୍ତି।

ବଡ଼କଥା ହେଉଛି, ଚନ୍ଦ୍ରଙ୍କର ଭୁବନେଶ୍ୱର ଏମ୍ସ ସହ କୌଣସି ପ୍ରକାର ସଂପର୍କ ନାହିଁ। ଏସବୁ ସତ୍ତ୍ୱେ ଚନ୍ଦ୍ରଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା କେମିତି ଆସିଲା, ସେନେଇ କେହି ମୁହଁ ଖୋଲୁନାହାନ୍ତି। ଚନ୍ଦ୍ର ଏବେ ବାହାରେ ଥିବାରୁ ଫୋନ୍ ଯୋଗେ ଘଟଣାର ସତ୍ୟତା ସ୍ୱୀକାର କରିବା ସହ ଏଥିରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos