ଢେଙ୍କାନାଳ: ଖେଳାଣା ବନ୍ଧୁକ ଦେଖାଇ ଲୁଟ୍। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ଆଜି ଦିନ ଦ୍ୱି’ପ୍ରହରରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ସିମିନଇ ଏଚ୍ଡିଏଫ୍ସି ବ୍ୟାଙ୍କରେ ପଶି କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ୪,୮୦,୦୦୦ ଟଙ୍କା ଲୁଟି ନେଇଛନ୍ତି। ଏପରିକି ବ୍ୟାଙ୍କର ୪ଟି ସିସିଟିଭି ଓ କମ୍ପ୍ୟୁଟର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନେଇ ଅଭିଯୋଗ ହେବା ପରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବନ୍ଧୁକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।