ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡ଼ା ଜିଲ୍ଲାର ଗୁଣପୁରଠାରେ ଏହି ସ୍କୁଲ ପ୍ରତିଷ୍ଠା ହେବ।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା ରାଜ୍ୟରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ଼ ମଧ୍ୟରେ ନୂଆ ରେଳଲାଇନ(ତୃତୀୟ ଲେନ୍) ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଆଜି ମଞ୍ଜୁରୀ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ।
Politics
ବୀମା କରିନଥିବା ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ସରକାର ଦେବେ ସହାୟତା: ରାଜସ୍ୱ ମନ୍ତ୍ରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେବଳ ଧାନ ନୁହେଁ ପନିପରିବାର, କପା, ଚିନାବାଦାମ ଫସଲ ମଧ୍ୟ କ୍ଷତି ହୋଇଛି ।
Crime
ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍ ଧାନ, ସିଲ୍ କଲା ଯୋଗାଣ ବିଭାଗ
କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।
Miscellaneous
ଜାନୁୟାରୀ ୩ରୁ ଭୁବନେଶ୍ୱରରୁ ଆଉ ୫ ସହରକୁ ସିଧାସଳଖ ବିମାନ ସେବା
ପୂର୍ବରୁ ପ୍ରାୟ ଦେଢ଼ମାସ ତଳେ ଏହି ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।
Crime
ଜବରଦସ୍ତ ଲୁକ୍ସ... ହାଇପ୍ରୋଫାଇଲ୍ ଗେଟଅପ୍...
ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍।