‘ରିଷ୍ଟ ଦୋଷ ଅଛି! ତୁମ ପୁଅ ମରିଯିବ...’

ଜଳେଶ୍ୱର (ଅଜିତ ଦାସ): ‘ତୁମ ପୁଅ ମରିଯିବ…! ରିଷ୍ଟ ଦୋଷ ରହିଛି!’ ଭଣ୍ଡ ଜ୍ୟୋତିଷଙ୍କଠାରୁ ଏପରି କଥା ଶୁଣି ଭାବପ୍ରବଣ ହୋଇ ପଡ଼ିଥିଲେ ଜୟା ଦେ’। ଜନ୍ମକଲା ପୁଅର ମୃତ୍ୟୁ ହେବ କଥା ଶୁଣି କାନ୍ଦି ପକାଇଥିଲେ। ଛଳଛଳ ଆଖିରେ ଜ୍ୟୋତିଷଙ୍କୁ ପଚାରିଥିଲେ, ଏହାର ପ୍ରତିକାର କଣ? ଆଉ ପ୍ରତିକାର ବତାଇବାକୁ ଯାଇ ଦୁଇ ଭଣ୍ଡ ଜ୍ୟୋତିଷ ଜୟା ଦେ’ ପିନ୍ଧିଥିବା ପ୍ରାୟ ୩ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ। ପଶ୍ଚିମବଙ୍ଗ ବାଘାଜତୀ ଅଞ୍ଚଳର ଜୟା […]

Loot

Loot

Manoranjan Sial
  • Published: Tuesday, 23 November 2021
  • Updated: 24 November 2021, 07:29 AM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ‘ତୁମ ପୁଅ ମରିଯିବ...! ରିଷ୍ଟ ଦୋଷ ରହିଛି!’ ଭଣ୍ଡ ଜ୍ୟୋତିଷଙ୍କଠାରୁ ଏପରି କଥା ଶୁଣି ଭାବପ୍ରବଣ ହୋଇ ପଡ଼ିଥିଲେ ଜୟା ଦେ’। ଜନ୍ମକଲା ପୁଅର ମୃତ୍ୟୁ ହେବ କଥା ଶୁଣି କାନ୍ଦି ପକାଇଥିଲେ। ଛଳଛଳ ଆଖିରେ ଜ୍ୟୋତିଷଙ୍କୁ ପଚାରିଥିଲେ, ଏହାର ପ୍ରତିକାର କଣ? ଆଉ ପ୍ରତିକାର ବତାଇବାକୁ ଯାଇ ଦୁଇ ଭଣ୍ଡ ଜ୍ୟୋତିଷ ଜୟା ଦେ’ ପିନ୍ଧିଥିବା ପ୍ରାୟ ୩ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ।

ପଶ୍ଚିମବଙ୍ଗ ବାଘାଜତୀ ଅଞ୍ଚଳର ଜୟା ଦେ। ସେ ନିଜ ବାପଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଡ଼ବଜାରକୁ ଆସିଥିଲେ। ଆଜି ପୂର୍ବାହ୍ନରେ ବଜାରକୁ ଚୂଡ଼ି କିଣିବାକୁ ଯାଇଥିଲେ। ବଡ଼ବଜାର ଛକରେ ଦୁଇ ଜଣ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ସେମାନେ ନିଜକୁ ବାବା ରାମଦେବଙ୍କ ଆଶ୍ରମରୁ ଆସିଥିବା ଜ୍ୟୋତିଷ ବୋଲି ପରିଚୟ ଦେଇଥିଲେ। ଜୟା ଦେ’ ବାବା ରାମଦେବଙ୍କ ଯୋଗ କରୁଥିବାରୁ ସେମାନଙ୍କ ପାଖରେ ଅଟକି ଯାଇଥିଲେ।

କଥାବାର୍ତ୍ତା ଛଳରେ ସେମାନେ ଜୟା ଦେ’ଙ୍କୁ ଦେଖି ତୁମ ପୁଅ ମରିଯିବ ବୋଲି କହିଥିଲେ। ଏହା ପରେ ଜୟା ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କର ଦୁଇ ଆଖି ଛଳ ଛଳ ହୋଇଯାଇଥିଲା। ସେମାନେ ଜୟାଙ୍କୁ ବୁଝାଇଥିଲେ। ଏହା ପରେ କଣ ପ୍ରତିକାର ଅଛି ବୋଲି ପଚାରିଥିଲେ ଜୟା? ପୁଅ ଷ୍ଟୋନ୍‌ ପିନ୍ଧିବାକୁ ପଡ଼ିବ ବୋଲି କହିଥିଲେ।

ଷ୍ଟୋନ୍‌ ନେବା ପୂର୍ବରୁ କର୍ପୁର ଆଣିବାକୁ ଭଣ୍ଡ ଜ୍ୟୋତିଷ ଦ୍ୱୟ କହିଥିଲେ। ସେମାନଙ୍କ କଥାରେ ପଡ଼ି ଜୟା ଦେ’ କର୍ପୁର ଆଣିଥିଲେ। ବିଚ୍‌ ରାସ୍ତାରେ କର୍ପୁରରେ କଣ ମିଶାଇ ପୂଜା କରିଥିଲେ। ଏହା ପରେ ଜୟା ଦେ’ ପିନ୍ଧିଥିବା ଗହଣା ଖୋଲି ନିଜ ପର୍ସରେ ରଖି ୫୧ ପାଦ ଆଗକୁ ଯିବାକୁ କହିଥିଲେ ଦୁଇ ଭଣ୍ଡ ଜ୍ୟୋତିଷ। ସେମାନଙ୍କ କଥାରେ ପଡ଼ି ଜୟା ଦେ’ ପିନ୍ଧିଥିବା ଗହଣା କାଢ଼ି ପର୍ସରେ ରଖି ଏକ ମୁହାଁ ଚାଲିବା ଆରମ୍ଭ କରିଥିଲେ।

ଏହାର ସୁଯୋଗ ନେଇ ଦୁଇ ଭଣ୍ଡ ଜ୍ୟୋତିଷ ପଲସ୍‌ର ବାଇକ୍‌ରେ ଗହଣା ପର୍ସ ଧରି ଚମ୍ପଟ ମାରିଥିଲେ। ଲୁଟ୍‌ ହୋଇଥିବା ପର୍ସରେ ଜୟା ଦେ’ଙ୍କ ସୁନା କାନ ଫୁଲ, ଚେନ ଓ ମୁଦି ସମେତ ବିଭିନ୍ନ ଅଳଙ୍କାର ରହିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story