ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ଗିରଫ ହେଲା ଡନ୍ ଟିମନ କୁମାର। କୌଣସି ସୂତ୍ରରୁ ଖବର ପାଇଁ ବଲାଙ୍ଗିର ସଦର ଥାନା ଅଧିକାରୀ ଯୋଗେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ମଙ୍ଗଳବାର ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ଉ କରି ଟିମନ କୁମ୍ଭାର ଓ ତାର ତିନି ସହଯୋଗୀ, ଧର୍ମେନ୍ଦ୍ର ଜାଲ, ଅନିରୁଦ୍ଧ ଦଳବେହେରା, ତ୍ରିନିଥ ସାଗରଙ୍କୁ କାବୁ କରିଥିଲା। ଚାରି ଜଣଙ୍କୁ ଗିରଫ କରି ସଦର ପୁଲିସ କୋର୍ଟ ଚାଲାଣ କରିଛି।
ଟିମନ କୁମ୍ଭାର ନାଁରେ ବଲାଙ୍ଗିର ଟାଉନ ଓ ସଦର ଥାନା ଅଞ୍ଚଳରେ ପ୍ରାୟ ୨୦ଟି ମାମଲା ରହିଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ୫ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟିମନର ଗିରଫଦାରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ସଦର ଏସ୍ଡିପିଓ ଶ୍ରୀମନ୍ତ ବାରିକ।
ଗତ କିଛି ବର୍ଷ ହେଲା ବଲାଙ୍ଗିର ସହରରେ ଦାଦାବଟି ଅସୁଲି, ବେଆଇନ ଜମି କାରବାର, ହତ୍ୟା ଓ ମାଡ଼ପିଟ ଭଳି ଘଟଣା ଘଟାଇ ହଇଚଇ ସୃଷ୍ଟି କରିଥିଲା ଡନ ଟିମନ କୁମ୍ଭାର। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।