‘ମୁଁ ପଙ୍ଗା କରିବାକୁ ଆସିଥିଲି, ଏଠି ମୋ ସହ ହୋଇଗଲା’

କଟକ(ଓଡ଼ିଶା ରିପୋର୍ଟର): ଟ୍ରାଫିକ ଉଲ୍ଲଂଘନକାରୀଙ୍କଠାରୁ ଆଜି ମଧ୍ୟ କଟକ ସହରରେ ମୋଟା ଅଙ୍କର ଫ।ଇନ ଆଦାୟ କରାଯାଇଛି। ତେବେ ଲଗାତାର ଦୁଇ ଦିନ ଧରି କଡାକଡି ଭାବେ ଯାଞ୍ଚ ହେବାପରେ ଆଜି କିଛି ମାତ୍ରାରେ ଲୋକେ ସଚେତନ ହୋଇଥିବା ଦେଖିବାକୁ ମଳିଥିଲା । ଅଧିକାଂଶ ବାଇକ ଚାଳକ ଆଜି ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମଳିଥିବାବେଳେ କିଛି ଅଭ୍ୟାସଗତ ଆଇନ୍‌ ଉଲ୍ଲଂଘନକାରୀ ହେଲମେଟ ନ ପିନ୍ଧି‍‍ବା ସହ ମୋବାଇଲ ଧରି ଗାଡି ଚଳାଉଥିବା ସମୟରେ ମୋଟା ଅଙ୍କର ଫ।ଇନ୍‌ […]

54321

54321

Tapas Behera
  • Published: Tuesday, 03 December 2019
  • Updated: 03 December 2019, 04:48 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଟ୍ରାଫିକ ଉଲ୍ଲଂଘନକାରୀଙ୍କଠାରୁ ଆଜି ମଧ୍ୟ କଟକ ସହରରେ ମୋଟା ଅଙ୍କର ଫ।ଇନ ଆଦାୟ କରାଯାଇଛି। ତେବେ ଲଗାତାର ଦୁଇ ଦିନ ଧରି କଡାକଡି ଭାବେ ଯାଞ୍ଚ ହେବାପରେ ଆଜି କିଛି ମାତ୍ରାରେ ଲୋକେ ସଚେତନ ହୋଇଥିବା ଦେଖିବାକୁ ମଳିଥିଲା ।

ଅଧିକାଂଶ ବାଇକ ଚାଳକ ଆଜି ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମଳିଥିବାବେଳେ କିଛି ଅଭ୍ୟାସଗତ ଆଇନ୍‌ ଉଲ୍ଲଂଘନକାରୀ ହେଲମେଟ ନ ପିନ୍ଧି‍‍ବା ସହ ମୋବାଇଲ ଧରି ଗାଡି ଚଳାଉଥିବା ସମୟରେ ମୋଟା ଅଙ୍କର ଫ।ଇନ୍‌ ଦେଇଛନ୍ତି। ତେବେ ଆଜି ଜଣେ ମହିଳା ବିନା ହେଲମେଟରେ ଧରାପଡ଼ିବା ପରେ ଏହାକୁ ଅତି ଖାମଖିଆଲି ଭାବେ ନେଇଥିଲେ।

ଖାଲି ସେତିକି ନୁହଁ ଅଜବ ଯୁକ୍ତି ମଧ୍ୟ ବାଢ଼ିଥିଲେ। ହାଲୁକା ଢ଼ଙ୍ଗରେ କହିଥିଲେ ଯେ, ମୁଁ ଜାଣିଥିଲି ନିୟମ ହୋଇଛି। ସେଥିପାଇଁ ମୁଁ ପଙ୍ଗା କରିବାକୁ ଆସିଥିଲି। ହେଲେ ଏଠି ମୋ ସହ ପଙ୍ଗା ହୋଇଗଲା। କହିଥିଲେ ଫାଇନ୍‌ ପଇସାରେ ଆମକୁ ଗୋଟେ ହେଲମେଟ୍‌ କିଣି ଦେଉ ନାହାନ୍ତି। ଆହୁରୀ ବିନ୍ଦାସ ଢଙ୍ଗରେ କହିଥିଲେ ଯେ, ମୋ ଗାଡ଼ି କଲର ସହ ହେଲମେଟ୍‌ ମିଳୁନି। ମିଲିଲେ କିଣିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos