ମହାଭାରତରେ ପାଣ୍ଡବ, ଏ ଯୁଗରେ ଲିଙ୍ଗରାଜଙ୍କୁ ସର୍ବସ୍ୱାନ୍ତ କରିଦେଲା ଜୁଆ, ତଥାପି ଚାଲିଛି...

ବ୍ରହ୍ମପୁର(ଜଗନ୍ନାଥ ସାହୁ ) ମହାଭାରତର ପଶାପାଲି ଖେଳର ପରିଣତି କ’ଣ ହୋଇଥିଲା ତାହା ପ୍ରାୟତଃ ସଭିଙ୍କୁ ଜଣା। ପଶାପାଲି ଖେଳରେ ହାରି ସର୍ବସ୍ୱ ହରାଇଥିଲେ ପାଣ୍ଡବ। ଆଉ ଏ ଯୁଗରେ ବାୟା କରୁଛି ଜୁଆ। ଏହି ଜୁଆ ମାୟାଜାଲରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଇଲାକା ।  କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା।  ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି […]

fgh

fgh

Tapas Behera
  • Published: Wednesday, 09 October 2019
  • Updated: 09 October 2019, 09:03 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ ) ମହାଭାରତର ପଶାପାଲି ଖେଳର ପରିଣତି କ’ଣ ହୋଇଥିଲା ତାହା ପ୍ରାୟତଃ ସଭିଙ୍କୁ ଜଣା। ପଶାପାଲି ଖେଳରେ ହାରି ସର୍ବସ୍ୱ ହରାଇଥିଲେ ପାଣ୍ଡବ। ଆଉ ଏ ଯୁଗରେ ବାୟା କରୁଛି ଜୁଆ। ଏହି ଜୁଆ ମାୟାଜାଲରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଇଲାକା ।  କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା।  ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି।  ସେପଟେ ଗତ ୨ ମାସରେ ୨୦ରୁ ଅଧିକ ମାମଲାରେ ଶତାଧିକ ଜୁଆଡିଙ୍କୁ ବାନ୍ଧିଲାଣି ପୋଲିସ।  ହେଲେ ନା ଜୁଆଡିଙ୍କୁ ଫରକ୍ ପଡ଼ୁଛି ନା ବନ୍ଦ ହେଉଛି ଜୁଆ ଆଡ୍ଡା।

ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳର ଲିଙ୍ଗରାଜ ସାମଲ। ଦିନ ଥିଲା ରାଜ ଉଆସ ଭଳି ୩ଟି ଘର ଥିଲା ତାଙ୍କର।  ହୋଲସେଲ୍ ଆଳୁ ବ୍ୟବସାୟ କରି ଥାଟବାଟରେ ଚଳୁଥିଲେ ସେ।  ହେଲେ ଆଜି କିନ୍ତୁ କାଙ୍ଗାଳ ଅବସ୍ଥା । ପରମ୍ପରା ନାଁରେ ପୂଜା ସମୟରେ ଗଞ୍ଜାମ ଜିଲ୍ଲାରେ ଚାଲିଆସୁଥିବା ଜୁଆ ଖେଳି ବାଜି ଲଗାଇ ଦେଇଥିଲେ ସମସ୍ତ ଧନସମ୍ପତ୍ତି । କିନ୍ତୁ ବରବାଦ୍ ହୋଇଯାଇଛି ସବୁକିଛି । ଏବେ କେବଳ ଢୋକେ ପିଇ ଦଣ୍ଡେ ଜୀଇଁବା ଅବସ୍ଥା ତାଙ୍କର । ପେଟପାଟଣା ପାଇଁ ନିଜ ଠେଲାଗାଡ଼ିରେ ସାହି ସାହି ବୁଲି ସେ ଆଳୁ ବେପାର କରୁଛନ୍ତି । ତାସହ ଜୁଆର ଶିକାର ନହେବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।

ଶାରଦୀୟ ଦୁର୍ଗାପୂଜା ସମୟରେ ଗଂଜାମ ଜିଲ୍ଲାରେ ମଉଜ ପାଇଁ ଚାଲେ ତାସ୍ ଖେଳ । ହେଲେ ପରଂପରା ନାଁରେ ଡେଣା ମେଲାଇ ଚାଲିଛି ଜୁଆ ଆଡ୍ଡା। ନାବାଳକଠୁ ବୟସ୍କ, ଧନସମ୍ପତ୍ତି ବାଜି ଲଗାଇ ଜୁଆ ଖେଳରେ ମସଗୁଲ୍ ସମସ୍ତେ। ଏଠି ଖାଲି ନୋଟ୍ ନୁହେଁ, ସୁନା,ରୁପା, ଘରଦ୍ୱାର ବି କୁଆଡ଼େ ବାଜି ଲାଗେ ।

ପୋଲିସ୍ କେଉଁଠି ଧରପଗଡ଼ କରି ସଫଳ ହେଉଛି ତ ଆଉ କେଉଁଠି ନିଜେ ଆକ୍ରମଣର ଶିକାର ହେଉଛି । ସହରର ୮ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଶହେରୁ ଅଧିକ ଜୁଆଙ୍କୁ ଗିରଫ କଲାଣି ପୋଲିସ । ତଥାପି ସୁଧାରୁନାହାନ୍ତି ଜୁଆଡ଼ି।  ଏଥିପାଇଁ କଠୋର ଆଇନ୍ ବ୍ୟବସ୍ଥା ଦରକାର ବୋଲି ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story