ହାଟରେ ଚାଲିଛି ଜୁଆ ଖେଳ, ଭିଡିଓ ହେଲା ଭାଇରାଲ୍‌

ତେଲକୋଇ (ଚିନ୍ମୟ କୁମାର ସାହୁ): ସାପ୍ତାହିକ ହାଟ୍‌ରେ ଚାଲୁଛି ଜୁଆ ଖେଳ। ସେଠାରେ ଜୁଆ ଖେଳି ସର୍ବସ୍ୱାନ୍ତ ହେଉଛନ୍ତି ଗରିବ ଲୋକ। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରୁ ଆସିଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ହରିଚନ୍ଦନପୁର ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟ ଗୁଡ଼ିକରେ ଚାଲୁଛି ଖୋଲମ୍‌ ଖୋଲା ଜୁଆ ଖେଳ। ହାଟ କରିବାକୁ ଆସୁଥିବା ଗରିବ ଓ ଆଦିବାସୀ ଯୁବକମାନେ ସେଠାରେ ଜୁଆ ଖେଳୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ […]

kendujhar

kendujhar

Manoranjan Sial
  • Published: Thursday, 03 December 2020
  • Updated: 03 December 2020, 04:07 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ସାପ୍ତାହିକ ହାଟ୍‌ରେ ଚାଲୁଛି ଜୁଆ ଖେଳ। ସେଠାରେ ଜୁଆ ଖେଳି ସର୍ବସ୍ୱାନ୍ତ ହେଉଛନ୍ତି ଗରିବ ଲୋକ। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରୁ ଆସିଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ହରିଚନ୍ଦନପୁର ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟ ଗୁଡ଼ିକରେ ଚାଲୁଛି ଖୋଲମ୍‌ ଖୋଲା ଜୁଆ ଖେଳ। ହାଟ କରିବାକୁ ଆସୁଥିବା ଗରିବ ଓ ଆଦିବାସୀ ଯୁବକମାନେ ସେଠାରେ ଜୁଆ ଖେଳୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଜୁଆ ଖେଳର ଭିଡିଓଟି ସୋଶାଲ ମିଡ଼ିଆରେ ଘୂରି ବୁଲୁଛି। ତେବେ ସେହି ଭିଡିଓଟି କେଉଁ ହାଟର, ତାହା ଜଣାପଡ଼ି ନାହିଁ। ସେଥିପ୍ରତି ପୁଲିସ ପ୍ରଶାସନର ନଜର ନାହିଁ।

ସେପଟେ ଭାଇରାଲ୍‌ ଭିଡିଓ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos