ଗଜାନନଙ୍କ ଆବାହନ ପାଇଁ ସଜେଇ ହେଉଛି ବାଲେଶ୍ୱର ସହର

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ପାର୍ବଣ ଋତୁର ଆଗମନ ସହ ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ ଲାଗି ଚଳଚଞ୍ଚଳ ବାଲେଶ୍ୱର ସହର। କାରିଗର ଲାଗି ପଡ଼ିଛନ୍ତି ମାଟିରେ ଗଜାନନଙ୍କ ସୁନ୍ଦର ମୂର୍ତ୍ତି ପ୍ରସ୍ତୁତିରେ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବଦଳରେ ପରିବେଶକୁ ସୁହାଇଲା ଭଳି ମାଟିରେ ମୂର୍ତ୍ତି ପ୍ରସ୍ତୁତିରେ ଲାଗି ପଡ଼ିଛି କାରିଗର। ଚଳିତ ବର୍ଷ ବାଲେଶ୍ୱର ସହରରେ ଦେଢ଼ଶହରୁ ଧିକ ସ୍ଥାନରେ ପୂଜା ପାଇବେ ଗଜାନନ। ଏଥିଲାଗି ତୋରଣରେ ଛାଇ ଗଲାଣି ସହର। ପୁଲୱାମା ଆକ୍ରମଣଠାରୁ ଆରମ୍ଭ କରି ମହାରାଷ୍ଟ୍ର ଛାପ […]

ganesh-puja-in-balasore

ganesh-puja-in-balasore

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 06:09 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ପାର୍ବଣ ଋତୁର ଆଗମନ ସହ ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ ଲାଗି ଚଳଚଞ୍ଚଳ ବାଲେଶ୍ୱର ସହର। କାରିଗର ଲାଗି ପଡ଼ିଛନ୍ତି ମାଟିରେ ଗଜାନନଙ୍କ ସୁନ୍ଦର ମୂର୍ତ୍ତି ପ୍ରସ୍ତୁତିରେ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବଦଳରେ ପରିବେଶକୁ ସୁହାଇଲା ଭଳି ମାଟିରେ ମୂର୍ତ୍ତି ପ୍ରସ୍ତୁତିରେ ଲାଗି ପଡ଼ିଛି କାରିଗର। ଚଳିତ ବର୍ଷ ବାଲେଶ୍ୱର ସହରରେ ଦେଢ଼ଶହରୁ ଧିକ ସ୍ଥାନରେ ପୂଜା ପାଇବେ ଗଜାନନ। ଏଥିଲାଗି ତୋରଣରେ ଛାଇ ଗଲାଣି ସହର।

ପୁଲୱାମା ଆକ୍ରମଣଠାରୁ ଆରମ୍ଭ କରି ମହାରାଷ୍ଟ୍ର ଛାପ ନେଇ ଗଣେଶ ମୂର୍ତ୍ତି ତିଆରି ହେଉଛି। ପଶ୍ଚିମବଙ୍ଗର ରାମନଗର, କରଲଚୌକ ଓ ଦୀଘା ଅଞ୍ଚଳର କାରିଗରମାନେ ମୂର୍ତ୍ତି ପ୍ରସ୍ତୁତରେ ଲାଗି ପଡ଼ିଛନ୍ତି। ସହରର ଜଣାଶୁଣା ‘ଲୋରି’ କ୍ଲବ ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଫକୀର ମୋହନ ଗୋଲେଇରେ ଏହି କ୍ଲବ ପକ୍ଷରୁ ଗେଟ୍‌ ୱେ ଅଫ୍‌ ଦୀଘା ଶୈଳିରେ ତୋରଣ ନିର୍ମାଣ ଚାଲିଛି।

ଆସନ୍ତା ୪ ଓ ୫ ତାରିଖ ମଧ୍ୟରେ ବାଲେଶ୍ୱର ସହରରେ ଭଷାଣ ଉତ୍ସବ ସାରିବାକୁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ହେଲେ ଶାନ୍ତି କମିଟିରେ ସ୍ଥାନୀୟ ବିଧାୟକଙ୍କୁ ପୁଲିସ ସାମିଲ ନକରିବାକୁ ନେଇ ଦେଖାଦେଇଛି କେଁ। ୫ ତାରିଖରେ ଭାଷଣ ଓ ୯ ତାରିଖରେ ମହରମ ଥିବାରୁ ଶାନ୍ତି ଶୃଙ୍ଖଳା ଲାଗି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ପରାମର୍ଶ ନେବାର ଆବଶ୍ୟକଥିଲା ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ମଦନ ମୋହନ ଦତ୍ତ।

ପ୍ରତିବର୍ଷ ପରି ଏହି ବର୍ଷ ବାଲେଶ୍ୱର ସହରର ବିବେକାନନ୍ଦ ମାର୍ଗରେ ଏକାଧିକ ପେଣ୍ଡାଲ ହେଉଥିବା ବେଳେ ଏହି ରାସ୍ତାରେ ମେଡିକାଲ ଥିବାରୁ ଯେଭଳି ରୋଗୀସେବା ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ୬ ତାରିଖ ସୁଦ୍ଧା ସହରର ସମସ୍ତ ମେଢ ବିସର୍ଜନ କରିବାପାଇଁ ପ୍ରଶାସନ ସବୁ ଶାନ୍ତି କମିଟିକୁ ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos