- Videos
- Odisha
- କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ ପାଇଁ ଧାରଣାରେ ବସିଲେ ପରିବାର ଲୋକେ
କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ ପାଇଁ ଧାରଣାରେ ବସିଲେ ପରିବାର ଲୋକେ
- Published: Saturday, 25 November 2017
- , Updated: 25 November 2017, 10:02 AM IST
<p>କଟକ: କଟକ ଏସ୍‌ସିବିରେ ଚିକିତ୍ସିତ କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏଥିପାଇଁ ଗତକାଲି ରାତି ତମାମ ମେଡିକାଲ କ୍ୟାମ୍ପସରେ ଧାରଣାରେ ବସି ରହିଥିଲେ ପରିବାର ଲୋକେ। ଗତକାଲି କୁନ୍ଦୁଲି ପୀଡ଼ିତା ଶାରୀରିକ ଭାବେ ସୁସ୍ଥ ଥିବାରୁ ତାଙ୍କୁ ଆଉ ଆଇସିୟୁରେ ରଖିବା ଦରକାର ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ହେଲେ ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ମାନସିକ ଚିକିତ୍ସା ଲାଗି ଓ୍ୱାର୍ଡରେ ଭର୍ତ୍ତି କରାଯିବ ବୋଲି ଡାକ୍ତର କହିଥିଲେ। ତେଣୁ ତାଙ୍କ ଝିଅକୁ ଅନ୍ୟତ୍ର ଚିକିତ୍ସା କରାଇବା ପାଇଁ କହି ପରିବାର ଲୋକେ ଧାରଣାରେ ବସିଥିଲେ।</p>