ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ଟିକେ ଅଧିକ ବୁଦ୍ଧି ଲଗାଇ ଦେଇଥିଲେ। ଭାବିଥିଲେ ଦାମୀ ଗାଡ଼ିରେ ନୀଳବତି ଲଗାଇ ଦେଲେ ଆଉ କେହି ଅଟକାଇବେନି। ଆଉ ତାଙ୍କ କାମ ସହଜରେ ହୋଇଯିବ। କିନ୍ତୁ ସେମିତି ହେଲା ନାହିଁ। ପୋଲିସ୍‌ ନଜରରୁ ଖସି ପାରିଲେନି। ଧରା ପଡ଼ିଲେ ଓ ନୀଳବତି ଗାଡ଼ି ଭିତରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ। ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଏମିତି ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ ହେଉଥିଲା।</p> <p>ଗତକାଲି ରାତିରେ ବାଲିମେଳା ଥାନା ପୋଲିସ୍ ଚିତ୍ରକୋଣ୍ଡା ଛକ ନିକଟରେ ନାକାବନ୍ଦୀ କରି ତିନୋଟି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଥିଲା। ତା’ମଧ୍ୟରେ ଥିଲା ଏହି ନୀଳବତି ଗାଡ଼ି। ଏହା ସହିତ ପୋଲିସ୍ ଗୋଟିଏ ଟିପର ଓ ଗୋଟିଏ ମିନି ଟ୍ରକକୁ ମଧ୍ୟ ଜବତ କରିଛି। ଏଇ ତିନୋଟି ଗାଡ଼ିରେ ମୋଟ ୧୪ କୁଇଣ୍ଟାଲ ଗଞ୍ଜେଇ ଥିଲା। ପୋଲିସ୍ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏହି ସବୁ ଗଞ୍ଜେଇକୁ ଚିତ୍ରକୋଣ୍ଡାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।