Advertisment

‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ଓଡ଼ିଶାର କ୍ରିଷ୍ଣା ଡିକେ

ଆସିକା (ମନୋଜ ମୁନି): ଗଂଜାମ ଜିଲ୍ଲାର ହିଞ୍ଜିଳି ସ୍ଥିତ ନୃତ୍ୟମ ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ ସବୁବେଳେ କିଛି ନା କିଛି ନିଆରା କାମ କରି ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିପାରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସମାଜକୁ ନୂତନ ଦିଗଦର୍ଶନ ଦେଇ ଆସିଛନ୍ତି। ଚଳଚ୍ଚିତ୍ରକୁ india book of recordରେ ସ୍ଥାନ ହାସଲ କରିବାରେ ସେ ଓଡ଼ିଶାର ପ୍ରଥମ ବ୍ୟକ୍ତିତ୍ଵ ଅଟନ୍ତି। ସେ ନିର୍ମାଣ କରିଥିବା ସବୁ ଚଳଚ୍ଚିତ୍ରର […]

author-image
Ranjit Kumar Jena
‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ଓଡ଼ିଶାର କ୍ରିଷ୍ଣା ଡିକେ

krushna-chandra-sahoo

ଆସିକା (ମନୋଜ ମୁନି): ଗଂଜାମ ଜିଲ୍ଲାର ହିଞ୍ଜିଳି ସ୍ଥିତ ନୃତ୍ୟମ ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ ସବୁବେଳେ କିଛି ନା କିଛି ନିଆରା କାମ କରି ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିପାରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସମାଜକୁ ନୂତନ ଦିଗଦର୍ଶନ ଦେଇ ଆସିଛନ୍ତି। ଚଳଚ୍ଚିତ୍ରକୁ india book of recordରେ ସ୍ଥାନ ହାସଲ କରିବାରେ ସେ ଓଡ଼ିଶାର ପ୍ରଥମ ବ୍ୟକ୍ତିତ୍ଵ ଅଟନ୍ତି।

Advertisment

ସେ ନିର୍ମାଣ କରିଥିବା ସବୁ ଚଳଚ୍ଚିତ୍ରର ନାମ ସ୍ୱତନ୍ତ୍ର ଧରଣର ହୋଇଥିବା ଯୋଗୁଁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇପାରିଛନ୍ତି। ୬ଟି କ୍ଷୁଦ୍ର ଚଳଚ୍ଚିତ୍ରର ଟାଇଟଲର ପ୍ରଥମ ଅକ୍ଷର ‘ଅ’କୁ ନେଇ ନାମ କରଣ କରାଯାଇଥିଲା। ଯେପରିକି ଅନ୍ତଃସ୍ୱର, ଅସବର୍ଣ୍ଣ, ଅଭିଳାଷ, ଅଭିପ୍ସା, ଅନୁରାଗ, ଅନନ୍ୟା। ସବୁ ଚଳଚ୍ଚିତ୍ର ଗୁଡ଼ିକ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳିକାଟୁରେ ପ୍ରସ୍ତୁତ କରାଯାଇଛି। ସବୁ ଚଳଚ୍ଚିତ୍ର ମଧ୍ୟରୁ ଅଭିଳାଷ ଏବଂ ଅଭିପ୍ସା ଚଳଚ୍ଚିତ୍ର ବେଶ୍ ନିଆରା। ଯାହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ।

ଏହି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ପାଇଁ ଆଜି ଓଡ଼ିଶା ତଥା ଭାରତ ସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୋଇ ପାରିଛନ୍ତି କ୍ରିଷ୍ଣା ଡିକେ। india book of record ହାସଲ କରିବା ପାଇଁ ବହୁ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟ ହାତ ରହିଛି ବୋଲି କୁହନ୍ତି କିଷ୍ଣା। india book of record ପାଇଁ ସେ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରି ରଖିଥିଲେ। ଚଳଚ୍ଚିତ୍ର ତଥ୍ୟ ସଂଗ୍ରହ କରିବା ପାଇଁ ଇ.ସଞ୍ଚିତା ପାତ୍ର, କାଜଲ ବେହେରା ଓ ରଶ୍ମି ପାଢୀ ଦୀର୍ଘ ୩ ମାସ କାର୍ଯ୍ୟକାରୀ କରିଛନ୍ତି।

Advertisment

ଅସବର୍ଣ୍ଣ ଏବଂ ଅନନ୍ୟା ଚଳଚ୍ଚିତ୍ରର କାହାଣୀ ପ୍ରିୟମ୍ବଦା ପଟ୍ଟନାୟକ ଲେଖିଥିଲେ ଏବଂ ଅଭିପ୍ସା ଚଳଚ୍ଚିତ୍ରର କାହାଣୀ ସନ୍ନ୍ୟାସୀ ମହାରଣା ଲେଖିଥିଲେ। ଏହି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ପାଇଁ ସଂପୂର୍ଣ୍ଣ ସହଯୋଗ ସନ୍ନ୍ୟାସୀ ମହାରଣା, ଅରୁଣ ସାହୁ, ସୋମନାଥ ଏବଂ ହିଞ୍ଜିଳିକାଟୁ ବ୍ଲକର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନରଞ୍ଜନ ସାହୁ ଓ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କର ପ୍ରମୁଖ ଅବଦାନ ରହିଛି।

ଆଜି ଓଡିଶା, ଗଞ୍ଜାମ ଓ ହିଞ୍ଜିଳିକାଟୁ ପାଇଁ ଗର୍ବ ପାଲଟିଛି ନୃତ୍ୟମ କଳା ଗବେଷଣା କେନ୍ଦ୍ର। ଚଳଚ୍ଚିତ୍ର ଗୁଡ଼ିକ ଜାତୀୟ ତଥା ଅନ୍ତର୍ଜାତୀୟ ଏବଂ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ଦେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକ। ଏହିପରି ନୂତନ ଚିନ୍ତାଧାରା ଏବଂ ସମାଜର ଉନ୍ନତି ନିମନ୍ତେ ମୂଳଦୁଆ ସାଜିଛି ନୃତ୍ୟମ ଅନୁଷ୍ଠାନ। ଓଡ଼ିଶା ପାଇଁ ଗର୍ବ ଆଣିଥିବା ଏହି ଅନୁଷ୍ଠାନ ଆଜି ନିଜର ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପ୍ରକାଶ କରିଛନ୍ତି।