ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ରାସ୍ତା ସିଲ୍‌

ସମ୍ବଲପୁର( ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଜୀଅନ୍ତା ଜଳି ଯାଇଥିଲେ। ଦୁର୍ଘଟଣାଗ୍ରସ୍ତ  ଟ୍ୟାଙ୍କରରେ ଏଲ୍‌ପିଜି ଗ୍ୟାସ୍‌ ଥିବା ବେଳେ ତାହା ଲିକ୍ ହେଉଥିବା ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୁର୍ଘଟଣାସ୍ଥଳକୁ ପୁଲିସ୍‌ ସିଲ୍‌ କରିଦେଇଛି। ଯୁଯୁମୁରା ନିକଟରେ ଜାତୀୟ […]

bls-3-1

bls-3-1

Niharika Rout
  • Published: Saturday, 14 December 2019
  • Updated: 14 December 2019, 11:23 AM IST

Sports

Latest News

ସମ୍ବଲପୁର( ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଜୀଅନ୍ତା ଜଳି ଯାଇଥିଲେ।

ଦୁର୍ଘଟଣାଗ୍ରସ୍ତ  ଟ୍ୟାଙ୍କରରେ ଏଲ୍‌ପିଜି ଗ୍ୟାସ୍‌ ଥିବା ବେଳେ ତାହା ଲିକ୍ ହେଉଥିବା ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୁର୍ଘଟଣାସ୍ଥଳକୁ ପୁଲିସ୍‌ ସିଲ୍‌ କରିଦେଇଛି। ଯୁଯୁମୁରା ନିକଟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ସିଲ୍‌ କରି ଦିଆଯାଇଛି।   ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ୍‌ ପହଞ୍ଚିଛନ୍ତି । ତୈଳ କମ୍ପାନୀ ଅଧିକାରୀ  ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଲିକ୍‌କୁ ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାଯାଇଛି।

ଗତକାଲି ରାତିରେ ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲେ।  ଧକ୍କା ହେବା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା ।  ଘଟଣାସ୍ଥଳରେ ଦୁଇ ଗାଡିର କର୍ମଚାରୀ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲା  । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos