ଓଲଟି ପଡ଼ିଲା ଗ୍ୟାସ୍ ଟ୍ୟାଙ୍କର

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ମଧୁପାଟଣା ଛକରେ ଏକ ଗ୍ୟାସ ଟାଙ୍କର ଓଲଟି ପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଓଲଟି ପଡ଼ିଥିବା ଟ୍ୟାଙ୍କରରେ ଗ୍ୟାସ୍  ବୋଝେଇ ହୋଇ ରହିଛି। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନାହିଁ। ଟ୍ୟାଙ୍କରଟି ରୋଡ୍ ଡିଭାଇଡର ଭାଙ୍ଗିବା ପରେ ଓଲଟି ପଡ଼ିଥିଲା। ଅଣଓସାରିଆ ରାସ୍ତା ଓ ସ୍ଲୋପ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି।  ମାସେ ଭିତରେ ଏଠାରେ ୩ଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।