ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଏହା ଦିନକୁ ଦିନ ବିଭିନ୍ନ ଦେଶକୁ ବିସ୍ତାର ହେବାରେ ଲାଗିଛି। ଅଦ୍ୟାବଧୀ ଆମ ରାଜ୍ୟରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ବି ଏହାକୁ ନେଇ ଲୋକେ ଖୁବ୍ ସତର୍କ ହୋଇ ପଡ଼ିଛନ୍ତି।
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଔଷଧ ଦୋକାନରେ ଏବେ ମାସ୍କ ପାଇଁ ଭିଡ଼ ଜମିଛି। କରୋନାକୁ ନେଇ ସଚେତନତା ସୃଷ୍ଟି ହେଉଥିବା ବେଳେ ବହୁ ସଂଖ୍ୟାରେ ଲୋକ ମାସ୍କ କିଣିବା ପାଇଁ ପହଞ୍ଚୁଛନ୍ତି। ପୂର୍ବ ଅପେକ୍ଷା କିଛିଟା ଦର ବଢ଼ିଥିବା ସତ୍ତ୍ୱେ ଲୋକେ ମାସ୍କ କିଣୁଛନ୍ତି। ଡବଲ ଦରରେ ମଧ୍ୟ ଲୋକେ ମାସ୍କ ଓ ସାନିଟାଇଜର କିଣିବା ପାଇଁ ପଛାଉ ନାହାନ୍ତି। ଆଗକୁ ଏହାର ଆବଶ୍ୟକତା ଥିବା ଅନୁଭବ କରି ଘରେ ସାଇତି ରଖିବା ନିମନ୍ତେ ଲୋକଙ୍କ ମଧ୍ୟରେ ମାକ୍ସ କିଣିବାକୁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।