ଘଟ ପରିବର୍ତ୍ତନ ବେଳେ କିଛି ସମୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା: ଶ୍ରୀସୁଦର୍ଶନଙ୍କ ବାଡ଼ଗ୍ରାହୀ

ପୁରୀ: ଶ୍ରୀଜିଉ ମାନଙ୍କ ଘଟ ପରିବର୍ତ୍ତନ ବେଳେ କିଛି ସମୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ରବିବାର ଏ କଥା କହିଛନ୍ତି ଶ୍ରୀସୁଦର୍ଶନଙ୍କ ବାଡ଼ଗ୍ରାହୀ ନବକିଶୋର ପତିମହାପାତ୍ର। ଘଟ ପରିବର୍ତ୍ତନ ବେଳେ ଘଟିଥିବା ବିଭ୍ରାଟ ନେଇ ସ୍ପଷ୍ଟୀକରଣ ଦେବାକୁ ଆଜି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହୋଇଥିଲେ। ସ୍ପଷ୍ଟୀକରଣ ରଖି ଫେରିବା ପରେ ସେ ଏହି କଥା କହିଥିଲେ। ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟରେ ନିଜ ପକ୍ଷ ରଖି ଫେରିବା ପରେ ନବକିଶୋର ପତିମହାପାତ୍ର କହିଥିଲେ […]

nabakishore

nabakishore

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 02:40 PM IST

Sports

Latest News

ପୁରୀ: ଶ୍ରୀଜିଉ ମାନଙ୍କ ଘଟ ପରିବର୍ତ୍ତନ ବେଳେ କିଛି ସମୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ରବିବାର ଏ କଥା କହିଛନ୍ତି ଶ୍ରୀସୁଦର୍ଶନଙ୍କ ବାଡ଼ଗ୍ରାହୀ ନବକିଶୋର ପତିମହାପାତ୍ର। ଘଟ ପରିବର୍ତ୍ତନ ବେଳେ ଘଟିଥିବା ବିଭ୍ରାଟ ନେଇ ସ୍ପଷ୍ଟୀକରଣ ଦେବାକୁ ଆଜି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହୋଇଥିଲେ। ସ୍ପଷ୍ଟୀକରଣ ରଖି ଫେରିବା ପରେ ସେ ଏହି କଥା କହିଥିଲେ।

ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟରେ ନିଜ ପକ୍ଷ ରଖି ଫେରିବା ପରେ ନବକିଶୋର ପତିମହାପାତ୍ର କହିଥିଲେ ଯେ ତାଙ୍କର ଯାହା ସବୁ କହିବାର ଥିଲା ସେ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯାହା ପଚାରିଲେ ସେସବୁର ଉତ୍ତର ସେ ଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସକ କ’ଣ ସବୁ ପଚାରିଲେ ତାହା ସେ କହିନଥିଲେ। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ପଚାରିବାକୁ ସେ କହିଥିଲେ।

ସେ କହିଥିଲେ ଯେ ଘଟ ପରିବର୍ତ୍ତନ ଦିନ କିଛି ସମୟ ପାଇଁ ମନ୍ଦିର ଭିତରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତା’ସହିତ ଘଟ ପରିବର୍ତ୍ତନ କାର୍ଯ୍ୟ ଶେଷ ହେଲା ବେଳକୁ ଦିନ ୨ଟା ବାଜି ଯାଇଥିଲା ବୋଲି ବି ସେ କହିଥିଲେ। କିନ୍ତୁ କିଏ ବିଶୃଙ୍ଖଳା ସୃଷ୍ଟି କରିଥିଲା, ବିଶୃଙ୍ଖଳା ସୃଷ୍ଟି ହେବାର କାରଣ କ’ଣ ଥିଲା ସସଂପର୍କରେ କିଛି କହିବାକୁ ସେ ମନା କରି ଦେଇଥିଲେ।

ନବକିଶୋର ପତିମହାପାତ୍ର ଆଉ ଏକ ସୂଚନା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ବଦଳରେ ତାଙ୍କ ବଡ଼ ଭାଇ ଘଟ ପରିବର୍ତ୍ତନ କରିଥିଲେ।

 ଆଜି ତାଙ୍କ ସହିତ ମନ୍ଦିର ପ୍ରଶାସକଙ୍କ ନିକଟରେ ଉପସ୍ଥିତ ଥିଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇ ମହାପାତ୍ର, ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର। ସେମାନେ ଏ ଘଟଣା ନେଇ ନିଜ ନିଜ ପକ୍ଷ ରଖିଥିଲେ।

ସମସ୍ତ ବାଡ଼ଗ୍ରାହୀ ସେମାନଙ୍କ ପକ୍ଷ ରଖି ସାରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ଯେ ୪ ବାଡ଼ଗ୍ରାହୀଙ୍କ ବୟାନ ରେକର୍ଡ କରାଯାଇଛି। ଜୁନ୍ ୨୩ ତାରିଖରେ ଆଉ ୪ ଜଣଙ୍କ ହାଜର ହେବାକୁ କୁହାଯାଇଛି। ସମସ୍ତଙ୍କ ବୟାନ ରେକର୍ଡ କରାଯିବା ପରେ ଶ୍ରୀମନ୍ଦିର ଆଇନ ଧାରା (୨୧) ଅନୁଯାୟୀ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବ୍ରହ୍ମ ପରିବର୍ତ୍ତନ ନୀତିକାନ୍ତିରେ ବିଭ୍ରାଟ ଓ ବିଶୃଙ୍ଖଳାକୁ ନେଇ ସାରା ରାଜ୍ୟ ଅସନ୍ତୋଷ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ବାଡ଼ଗ୍ରାହୀଙ୍କ ସମେତ ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ବ୍ୟକ୍ତିଗତ ଭାବେ ଏମାନଙ୍କୁ ହାଜର ହୋଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos