ଗିରିଧରଙ୍କୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଅଙ୍କକଷା

ଜୟପୁର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ଗିରିଧର ଗମାଙ୍ଗ ବିଜେପିରେ ଯୋଗ ଦେବା ପରେ କୋରାପୁଟ ଜିଲ୍ଲାରେ କଂଗ୍ରେସ ସଂଗଠନ ଉପରେ ଏହା କି ପ୍ରଭାବ ପକାଇବ ସେ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ଗିରିଧର ଗମାଙ୍ଗଙ୍କ ଭଳି ଜଣେ ପୋଖତ ଅଭିଜ୍ଞତା ସମ୍ପନ୍ନ ଆଦିବାସୀ ନେତା ବିଜେପିରେ ସାମିଲ ହୋଇଥିବାରୁ ଜିଲ୍ଲା ବିଜେପି ଏଥିରୁ ଫାଇଦା ପାଇବ ବୋଲି ଆଶା ରଖିଛି । ଅପରପକ୍ଷେ, ଗିରିଧରଙ୍କ ଇସ୍ତଫା କଂଗ୍ରେସ […]

giri

giri

Rakesh Mallick
  • Published: Monday, 29 June 2015
  • Updated: 29 June 2015, 11:13 AM IST

Sports

Latest News

ଜୟପୁର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ଗିରିଧର ଗମାଙ୍ଗ ବିଜେପିରେ ଯୋଗ ଦେବା ପରେ କୋରାପୁଟ ଜିଲ୍ଲାରେ କଂଗ୍ରେସ ସଂଗଠନ ଉପରେ ଏହା କି ପ୍ରଭାବ ପକାଇବ ସେ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ଗିରିଧର ଗମାଙ୍ଗଙ୍କ ଭଳି ଜଣେ ପୋଖତ ଅଭିଜ୍ଞତା ସମ୍ପନ୍ନ ଆଦିବାସୀ ନେତା ବିଜେପିରେ ସାମିଲ ହୋଇଥିବାରୁ ଜିଲ୍ଲା ବିଜେପି ଏଥିରୁ ଫାଇଦା ପାଇବ ବୋଲି ଆଶା ରଖିଛି । ଅପରପକ୍ଷେ, ଗିରିଧରଙ୍କ ଇସ୍ତଫା କଂଗ୍ରେସ ସଂଗଠନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜିଲ୍ଲା କଂଗ୍ରେସ ନେତାମାନେ ଯୁକ୍ତି ବାଢିଛନ୍ତି ।

କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନପତି କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ କଂଗ୍ରେସର କିଛି କ୍ଷତି ହେବ ନାହିଁ । ଗମାଙ୍ଗ ଦଳ ଛାଡିବା ପରେ ଗାଁରୁ ଜିଲ୍ଲାସ୍ତର ଯାଏଁ ସମସ୍ତ କର୍ମୀ ଖୁସି ଜାହିର କରିଛନ୍ତି । ସେ ଦୀର୍ଘଦିନ ଧରି କ୍ଷମତାରେ ଥିଲେ ମଧ୍ୟ ସାଧାରଣ ଜନତା କିମ୍ୱା ଦଳୀୟ କର୍ମୀଙ୍କ ସହ ସମ୍ପର୍କ ରଖିନାହାନ୍ତି । ଏପରି କି ଗମାଙ୍ଗଙ୍କ ଯୋଗୁଁ ହିଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିଗତ ଦିନର ନିର୍ବାଚନ ଫଳାଫଳକୁ ଦେଖିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗିରିଧର ଗମାଙ୍ଗ ଏକମାତ୍ର ନେତା ନ ଥିଲେ ଯିଏ ଏକାଧିକ ଥର ନିର୍ବାଚିତ ହୋଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ନବରଙ୍ଗପୁର ଲୋକସଭା ଆସନରୁ ଆଦିବାସୀ ନେତା ସ୍ୱର୍ଗତ ଖଗପତି ପ୍ରଧାନୀ (୧୯୬୭-୧୯୯୯) ୯ ଥର ସାଂସଦ ହୋଇଛନ୍ତି । ଗିରିଧରଙ୍କ ଦାଦା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗିରଥୀ ଗମାଙ୍ଗ ଗୁଣୁପୁର ବିଧାନସଭା କ୍ଷେତ୍ରରୁ (୧୯୬୭-୨୦୦୦) ୭ ଥର, ରାୟଗଡା ବିଧାନସଭା କ୍ଷେତ୍ରରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମଚନ୍ଦ୍ର ଉଲାକା (୧୯୭୪-୨୦୦୯) ୭ ଥର ଓ କୋରାପୁଟ ଲୋକସଭା ଆସନରୁ (୧୯୬୨-୧୯୭୦) ୨ଥର ସାଂସଦ, ବିଷମକଟକ ବିଧାନସଭା କ୍ଷେତ୍ରରୁ ପୂର୍ବତନ ମନ୍ତ୍ରୀ ତଥା ରାମଚନ୍ଦ୍ର ଉଲାକାଙ୍କ ସାନ ଭାଇ ଡମ୍ବରୁଧର ଉଲାକା (୧୯୭୪-୨୦୧୪) ୭ ଥର, ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅନନ୍ତରାମ ମାଝୀ (୧୯୬୭-୨୦୦୭) ୬ ଥର, କୋରାପୁଟ ଜିଲ୍ଲା କୋଟପାଡରୁ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବାସୁଦେବ ମାଝୀ (୧୯୭୪-୨୦୧୪) ୮ ଥର, ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା କ୍ଷେତ୍ରରୁ ଆଦିବାସୀ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ (୧୯୮୦-୨୦୦୪) ୪ ଥର, ନବରଙ୍ଗପୁର ବିଧାନସଭା କ୍ଷେତ୍ରରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ହବିବୁଲ୍ଲା ଖାଁ (୧୯୭୧-୨୦୦୯) ୯ ଥର ଓ ଜୟପୁର ବିଧାନସଭା କ୍ଷେତ୍ରରୁ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ (୧୯୬୧-୨୦୦୦) ୬ ଥର ବିଜୟୀ ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକେ ସରଳ, ନିଷ୍କପଟ ହୋଇଥିବାରୁ ଗାନ୍ଧି ପରିବାର ତଥା ଇନ୍ଦିରା ଗାନ୍ଧିଙ୍କ ନାଁରେ ଭୋଟ ଭିକ୍ଷା କରି ନେତା ନିର୍ବଚନୀ ବୈତରଣୀ ପାର ହୋଇଛନ୍ତି ବୋଲି ଯୁକ୍ତି କରିଛନ୍ତି କଂଗ୍ରେସ ନେତାମାନେ । ଯଦି ଗିରିଧର ଗମାଙ୍ଗ ନିଜ ରାଜନୈତିକ କୌଶଳରେ ବିଜୟୀ ହେଉଥିଲେ ତେବେ କୋରାପୁଟ ସାଂସଦ ଭାବେ ନିର୍ବାଚନରେ ପ୍ରାର୍ଥୀ ହୋଇ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀଙ୍କଠାରୁ ପରାଜିତ ହେଲେ କିପରି ବୋଲି ପ୍ରଶ କରିଛନ୍ତି ସେମାନେ । ଖାଲି ସେତିକି ନୁହେଁ ୨୦୧୪ ନିର୍ବାଚନରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ ୪ଟିରେ କଂଗ୍ରେସ ଦଳ ବିଜୟୀ ହୋଇଥିଲା । ମାତ୍ର ଗମାଙ୍ଗ ପରାଜିତ ହୋଇଥିଲେ ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନପତିଙ୍କ କହିବା ଅନୁସାରେ ଡଃ. ଗିରିଧର ଗମାଙ୍ଗଙ୍କ ଇସ୍ତଫାକୁ ନେଇ ଆଲୋଚନା କରାଯିବା ଉଚିତ ନୁହଁ । ସେ ଜଣେ ସୁବିଧାବାଦୀ ଓ କ୍ଷମତାଲୋଭୀ ବ୍ୟକ୍ତି । ବର୍ତ୍ତମାନ କେନ୍ଦ୍ରରେ ମୋଦି ସରକାର ଥିବାରୁ କେବଳ କ୍ଷମତା ଲୋଭରେ ସେ ବିଜେପିରେ ଯୋଗଦେଇଛନ୍ତି ବୋଲି ତାରାପ୍ରସାଦ ଅଭିଯୋଗ କରିଛନ୍ତି ।

୧୯୯୯ରେ ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କୁ ୬ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ଥିଲା । ସେତେବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅନନ୍ତରାମ ମାଝୀଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା । ଲୋକସଭା ଉପ ନିର୍ବଚନରେ ସ୍ୱର୍ଗତ ମାଝୀ ସାଂସଦ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଥିଲା । ମାତ୍ର ଗମାଙ୍ଗଙ୍କ ପତ୍ନୀ ତଥା ତତ୍‌କଳୀନ ସାଂସଦ ହେମା ଗମାଙ୍ଗଙ୍କୁ ପ୍ରାର୍ଥୀ କରାଗଲା । ସେବେଠାରୁ ଗିରିଧରଙ୍କ ଟିକଟ କଟା ରାଜନୀତି ଆରମ୍ଭ ହେଲା ବୋଲି ଅଭିଯୋଗ ହୁଏ । ଏହି ଟିକଟ କଟା ରାଜନୀତିର ଶିକାର ହେଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ଗୁପ୍ତପ୍ରସାଦ ଦାଶ, ବର୍ତ୍ତମାନର ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି । ୨୦୦୯ ସାଧାରଣ ନିର୍ବାଚନରେ ଗିରିଧର ନିଜେ କୋରାପୁଟ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ପତ୍ନୀ ହେମା ଲକ୍ଷ୍ମୀପୁର, ପୁଅ ଶିଶର ଗୁଣପୁର ନିର୍ବାଚନ କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଖାଲି ସେତିକି ନୁହେଁ ବର୍ତ୍ତମାନର ଜୟପୁର ବିଧାୟକ ତାରାପ୍ରସାଦଙ୍କ ଟିକଟ କାଟି ଗିରିଧର ତାଙ୍କ ବ୍ୟକ୍ତିଗତ ସହାୟକ ନାଗରାଜୁ ଦୋରାଙ୍କୁ ବିଧାୟକ ପ୍ରାର୍ଥୀ କରାଇଥିଲେ । ସେହି ନିର୍ବାଚନରେ ଗିରିଧରଙ୍କ ପରିବାରର ସମସ୍ତ ସଦସ୍ୟ ପରାଜୟ ହେବା ସହ ଜୟପୁରରେ କଂଗ୍ରେସ ଦଳର ପ୍ରାର୍ଥୀ ଅମାନତ ହରାଇ ଥିଲେ । ଗମାଙ୍ଗଙ୍କ ଏପରି କାରନାମା ଯୋଗୁ କେନ୍ଦ୍ରରେ ଆଗ ପରି ଆଉ ତାଙ୍କର ଗୁରୁତ୍ୱ ରହି ନ ଥିଲା । ଫଳରେ ସେ ଦଳ ଛାଡିବାକୁ ପ୍ରସ୍ତୁତି ଚଳାଇଥିଲେ ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷେ ଗିରିଧରଙ୍କ ଯୋଗଦାନ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି କରିବ ବୋଲି ଦଳ ପକ୍ଷରୁ କୁହାଯାଉଛି । ରାଜ୍ୟ ବିଜେପି ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କଂଗ୍ରେସ ମୁକ୍ତ ଭାରତ ଗଠନ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଟାଣୁଆ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଆମ ଦଳରେ ଯୋଗ ଦେଇଥିବାରୁ ଆଦିବାସୀଙ୍କ ଉନ୍ନତିରେ ଏହା ସହାୟକ ହେବ । ମୋଦି ସରକାର ଆଦିବାସୀଙ୍କ ଉନ୍ନତି ନିମନ୍ତେ ବହୁ ଯୋଜନା କରୁଛନ୍ତି । ସେହି ଯୋଜନାକୁ ଗିରିଧର ଆଦିବାସୀଙ୍କ ନିକଟରେ ପହଞ୍ଚାଇବେ । ଦଳରେ ଥିବା ଆଦିବାସୀ ନେତା, ଦଳୀୟ ସଂଗଠନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯେପରି କର୍ତ୍ତବ୍ୟ ଜାରି ରଖିଛନ୍ତି । ଗମାଙ୍ଗଙ୍କ ଯୋଗଦାନ ଏହାକୁ ଆହୁରି ଅଧିକ ମଜଭୁତ କରିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story