ପରଟାକୁ ପୂଜାର୍ଚ୍ଚନା

ରାଉରକେଲା(ଓଡ଼ିଶା ରିପୋର୍ଟର): ପରଟାକୁ ପୂଜାର୍ଚ୍ଚନା। ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରୁ ଆସିଛି ଏଭଳି ଦୃଶ୍ୟ। ଯେଉଁଠାରେ ଆଧୁନିକ ମଣିଷ ମଙ୍ଗଳରେ ପାଦ ଦେବାକୁ ବସିଛି। ସେଠାରେ ଏକ ସଭ୍ୟ ଓ ଶିକ୍ଷିତ ପରିବାର ଧାର୍ମିକ ଭାବନାରେ ବଶବର୍ତ୍ତି ହୋଇ ପରଟାରେ ଶ୍ରୀଜଗନ୍ନାଥଙ୍କ ଛବି ଦେଖି ଭାବ ଗଦଗଦ ହୋଇପଡ଼ିଛି। ଭକ୍ତ ଦାସୀଆ ବାଉରୀ ପଖାଳ କଂସାରେ ଶ୍ରୀଜଗନ୍ନାଥଙ୍କୁ ଦେଖି ଭାବବିହ୍ୱଳ ହେବା ଭଳି ଏଠାରେ ଘଟିଥିବା ଅଦ୍‌ଭୂତ ଘଟଣା ଅଲୋଚନାର ବିଷୟ ହୋଇଛି। ସିଭିଲ ଟାଉନସିପ ବାସିନ୍ଦା […]

parata-1

parata-1

Niranjan Mishra
  • Published: Saturday, 08 October 2022
  • Updated: 08 October 2022, 06:59 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ପରଟାକୁ ପୂଜାର୍ଚ୍ଚନା। ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରୁ ଆସିଛି ଏଭଳି ଦୃଶ୍ୟ। ଯେଉଁଠାରେ ଆଧୁନିକ ମଣିଷ ମଙ୍ଗଳରେ ପାଦ ଦେବାକୁ ବସିଛି। ସେଠାରେ ଏକ ସଭ୍ୟ ଓ ଶିକ୍ଷିତ ପରିବାର ଧାର୍ମିକ ଭାବନାରେ ବଶବର୍ତ୍ତି ହୋଇ ପରଟାରେ ଶ୍ରୀଜଗନ୍ନାଥଙ୍କ ଛବି ଦେଖି ଭାବ ଗଦଗଦ ହୋଇପଡ଼ିଛି। ଭକ୍ତ ଦାସୀଆ ବାଉରୀ ପଖାଳ କଂସାରେ ଶ୍ରୀଜଗନ୍ନାଥଙ୍କୁ ଦେଖି ଭାବବିହ୍ୱଳ ହେବା ଭଳି ଏଠାରେ ଘଟିଥିବା ଅଦ୍‌ଭୂତ ଘଟଣା ଅଲୋଚନାର ବିଷୟ ହୋଇଛି।

ସିଭିଲ ଟାଉନସିପ ବାସିନ୍ଦା ପଲ୍ଳବୀ କରଙ୍କ ଦିଅଁ ଘରେ ପରଟା ପୂଜା ପାଉଛି। ପଲ୍ଲବୀ କହିଛନ୍ତି, ଗତକାଲି ମା’ଙ୍କୁ ଭସାଣୀରେ ବିଦାୟ ଦେବା ପରେ ସମସ୍ତେ ଦୁଃଖରେ ଥିଲେ। ଭସାଣୀ ଅବସରରେ ତାଙ୍କ ଘରକୁ ବହୁ ଅତିଥି ଆସିଥିବାରୁ ଆଜି ସକାଳୁ ସମସ୍ତଙ୍କ ପାଇଁ ପରଟା ଓ ତରକାରୀ ହୋଇଥିଲା। ଗାଁରୁ ଆସିଥିବା ଝିଆରୀକୁ ୨ଟି ପରାଟା ଖାଇବାକୁ ଦିଆଯାଇଥିଲା। ସେ ଗୋଟିଏ ପରଟା ଖାଇବା ପରେ ଅନ୍ୟ ପରଟାରେ କିଛି ଭିନ୍ନ ଚିହ୍ନ ଦେଖିଥିଲା। ଯାହାକୁ ସେ ଅନ୍ୟମାନଙ୍କୁ ଦେଖାଇଥିଲା। ପରେ ଏହା ଜଗନ୍ନାଥଙ୍କ ଛବି ବୋଲି ଜଣାପଡ଼ିଥିଲା। ଠାକୁର ଏଭଳି ଭାବେ ତାଙ୍କ ଘରକୁ ଆସିଥିବା ସମସ୍ତେ ଅନୁମାନ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।

ପରଟାକୁ ପୂଜା ଘରେ ଖଟୁଳିରେ ବସାଇ ପରିବାର ସଦସ୍ୟମାନେ ଫୁଲ, ତୁଳସୀ, ବସ୍ତ୍ର, ମୁକୁଟ, ଦୀପ, ଧୂପ, ଭୋଗ ଦେଇ ପୂଜାର୍ଚ୍ଚନା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି। ଆଖପାଖ ଲୋକେ ପରଟାରେ ଜଗନ୍ନାଥଙ୍କ ଛବି ଦେଖିବାକୁ ଭିଡ଼ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos