ଜୁଏଲାରୀର କାନ୍ଥ ତାଡ଼ି ସୁନା ଧରି ପଳାଇଲେ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ଥ ତାଡି ସୁନା ଦୋକାନରେ ବୁଲାଇଛନ୍ତି କଳାକନା । ଆଉ ଲୁଟ୍‌ ପରେ ବିଲ ମଝିରେ ଚୋରି ସୁନାକୁ ଭାଗବଣ୍ଟା କରି ଫେରାର ହୋଇଗଲେ।  ଗତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସିଶିଲୋସ୍ଥିତ ଏକ ସୁନା ଦୋକାନରୁ ଲୁଟ୍‌ ହୋଇଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ସିସିଟିଭିରୁ ମିଳିଥିବା ଫୁଟେଜ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ ମୁଖାପିନ୍ଧା ଲୁଟେରା ସୁନା ଦୋକାନର କାନ୍ଥକୁ ତାଡ଼ି ଭିତରେ ପଶିଥିଲେ। ଏହାପରେ  ସେଠାରୁ  […]

loot

loot

Niharika Rout
  • Published: Saturday, 08 January 2022
  • Updated: 08 January 2022, 02:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ଥ ତାଡି ସୁନା ଦୋକାନରେ ବୁଲାଇଛନ୍ତି କଳାକନା । ଆଉ ଲୁଟ୍‌ ପରେ ବିଲ ମଝିରେ ଚୋରି ସୁନାକୁ ଭାଗବଣ୍ଟା କରି ଫେରାର ହୋଇଗଲେ।  ଗତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସିଶିଲୋସ୍ଥିତ ଏକ ସୁନା ଦୋକାନରୁ ଲୁଟ୍‌ ହୋଇଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

ସିସିଟିଭିରୁ ମିଳିଥିବା ଫୁଟେଜ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ ମୁଖାପିନ୍ଧା ଲୁଟେରା ସୁନା ଦୋକାନର କାନ୍ଥକୁ ତାଡ଼ି ଭିତରେ ପଶିଥିଲେ। ଏହାପରେ  ସେଠାରୁ  ଗହଣା ନେଇ ଚମ୍ପଟ ମାରିଲେ।  ଲୁଟ୍‌ ହୋଇଥିବା ଗହଣାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଏହାର ମାଲିକ କହିଛନ୍ତି।

[caption id="attachment_705057" align="aligncenter" width="650"]gold ବିଲ ମଝିରେ ପଡ଼ି ରହିଥିବା ସୁନା ଅଳଙ୍କାରର ଖୋଳ ।[/caption]

ଖବର ପାଇ  ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ବିଲ ମଝିରୁ ସୁନା ରଖାଯାଇଥିବା ଟ୍ରେ ଜବତ କରିଛି । ତେଣୁ  ଲୁଟେରାମାନେ ବିଲ ମଝିରେ ଚୋରି ସୁନାକୁ ଭାଗବଣ୍ଟା କରି ପଳାଇଥିବା ଅନୁମାନ କରାଯାଉଛି। ତେବେ ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର୍ ପାଇନି ପୁଲିସ୍‌।

ଏହା ପୂର୍ବରୁ ବାଲିଅନ୍ତାରେ ଗୋଟିଏ ମନ୍ଦିର ଏବଂ ଡେଣ୍ଟାଲ କ୍ଲିନିକ୍‌ରେ  ପଶି ଲୁଟିଥିବା ନେଇ ଅଭିଯୋଗ ହୋଇଥିଲା  । ବାରମ୍ବାର ଏଭଳି ଲୁଟ୍‌ ହେଉଥିବା ବେଳେ ଲୁଟେରାଙ୍କ ଟେର ପାଇପାରୁନି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos