ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍‌ଘାଟନ କରିବେ ।  ଏହି ମହୋତ୍ସବ ୫ ଦିନ ଧରି ଚାଲିବା ପରେ ୨୮ ତାରିଖରେ ଶେଷ ହେବ। କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉଦଘାଟନ ଅବସରରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । […]

gopalpur-1-1

gopalpur-1-1

Niharika Rout
  • Published: Tuesday, 24 December 2019
  • Updated: 24 December 2019, 09:09 AM IST

Sports

Latest News

ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍‌ଘାଟନ କରିବେ ।  ଏହି ମହୋତ୍ସବ ୫ ଦିନ ଧରି ଚାଲିବା ପରେ ୨୮ ତାରିଖରେ ଶେଷ ହେବ।

କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉଦଘାଟନ ଅବସରରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀ ସମାରୋହରେ କଣ୍ଠଶିଳ୍ପୀ ଶାନ୍ ଆସିବା କାର୍ଯ୍ୟକ୍ରମ ରହିଛି।

ଏହାସହ ଓଲିଉଡ୍‌ ଜଗତର ଅନେକ ଅଭିନେତା,ଅଭିନେତ୍ରୀ ଓ କଳାକାର ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବେଳାଭୂମି ମହୋତ୍ସବକୁ ନେଇ ଗଂଜାମ ହୋଟେଲ ଆସୋସିଏସନ ପ୍ରସ୍ତୁତ ରହିଛି ।

ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos