ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ପୁଣି ନାସ୍ତିବାଣୀ ଶୁଣାଇଲା କେନ୍ଦ୍ର

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗରେ  କେନ୍ଦ୍ର ସରକାର ପୁଣିଥରେ ନାସ୍ତିବାଣୀ ଶୁଣାଇଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଚିହ୍ନଟକୁ ନେଇ ଭବିଷ୍ୟତରେ କୌଣସି ଏକକ ମାନଦଣ୍ଡ ବିକଶିତ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ସରକାର ଆଜି ରୋକଠୋକ୍ ଭାବେ କହିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ଭଳି ନ୍ୟାଯ୍ୟ ଅଧିକାରକୁ ହାସଲ ପାଇଁ କେନ୍ଦ୍ର ସରକାରକୁ ବିଜେଡି ସମର୍ଥନ କରିବ ବୋଲି କହିଥିବାବେଳେ ଏବେ ଏହି ନାସ୍ତିବାଣୀ ପରେ […]

odisha

odisha

Manoranjan Sial
  • Published: Tuesday, 19 November 2019
  • Updated: 19 November 2019, 10:29 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗରେ  କେନ୍ଦ୍ର ସରକାର ପୁଣିଥରେ ନାସ୍ତିବାଣୀ ଶୁଣାଇଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଚିହ୍ନଟକୁ ନେଇ ଭବିଷ୍ୟତରେ କୌଣସି ଏକକ ମାନଦଣ୍ଡ ବିକଶିତ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ସରକାର ଆଜି ରୋକଠୋକ୍ ଭାବେ କହିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ଭଳି ନ୍ୟାଯ୍ୟ ଅଧିକାରକୁ ହାସଲ ପାଇଁ କେନ୍ଦ୍ର ସରକାରକୁ ବିଜେଡି ସମର୍ଥନ କରିବ ବୋଲି କହିଥିବାବେଳେ ଏବେ ଏହି ନାସ୍ତିବାଣୀ ପରେ ବିଜେଡିର ଆଭିମୁଖ୍ୟ କ’ଣ ହେଉଛି ତାକୁ ନେଇ ଆକଳନ ଆରମ୍ଭ ହୋଇଛି।

ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି କହିଛନ୍ତି ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଅତୀତରେ ମିଳିଥିବା ଅନୁରୋଧକୁ ଅନୁଧ୍ୟାନ କରାଯାଇଥିଲା। ତତକାଳୀନ ଜାତୀୟ ବିକାଶ ପରିଷଦର ବିଭିନ୍ନ ସର୍ତ୍ତାବଳୀ ଅନୁସାରେ ବିଭିନ୍ନ ମାନଦଣ୍ଡର ଏକ ସମନ୍ୱିତ ବିବେଚନା ଆଧାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବାକୁ ଓଡ଼ିଶା ଯୋଗ୍ୟ ନୁହେଁ ବୋଲି ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା।

ଚର୍ତୁଦ୍ଦଶ ଅର୍ଥ କମିଶନ ମଧ୍ୟ ନିଜର ମାନଦଣ୍ଡର ନିର୍ଦ୍ଧାରଣ ଓ ସୁପାରିସରେ ସାଧାରଣ ବର୍ଗର ରାଜ୍ୟ ଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ରଖିନାହାନ୍ତି। ଅବଶ୍ୟ ପୂର୍ବାଞ୍ଚଳ ରାଜ୍ୟ ଓ ହିମାଳୟ ରାଜ୍ୟଗୁଡ଼ିକୁ କେତେକ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି। କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟର ଅନୁଦାନ ୯୦:୧୦ ରହିଛି । ସେହିପରି ବାହ୍ୟ ସହାୟତାପ୍ରାପ୍ତ ପରିଯୋଜନା କ୍ଷେତ୍ରରେ ମୋଟ ପ୍ରକଳ୍ପ ରାଶିର ୮୦ ପ୍ରତିଶତ ଅର୍ଥର ହସ୍ତାନ୍ତର ପଦ୍ଧତି ମଧ୍ୟ ୯୦:୧୦ର ଅନୁଦାନ-ଋଣ ଅନୁପାତରେ କରାଯାଉଛି। ଭବିଷ୍ୟତରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ରାଜ୍ୟଗୁଡ଼ିକର ଚିହ୍ନଟ ନିମନ୍ତେ କୌଣସି ଏକକ ମାନଦଣ୍ଡ ବିକଶିତ କରିବାର ନାହିଁ ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଠାକୁର ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡି ୨୦୦୪ ମସିହାରୁ ନିଜର ନିର୍ବାଚନୀ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ସାମିଲ କରି ବ୍ୟାପକ ଜନ ଆନ୍ଦୋଳନ କରିଥିବାବେଳେ ୨୦୧୫ ମସିହା ପରଠୁ ଦଳ ଏହି ପ୍ରସଙ୍ଗକୁ ନେଇ ଅସମ୍ଭବ ନିରବତା ଅବଲମ୍ବନ କରିଛି। ତେବେ ଗତ ନିର୍ବାଚନ(୨୦୧୯ ସାଧାରଣ ନିର୍ବାଚନ)ବେଳେ ଦଳ ପୁଣିଥରେ ଏହି ପ୍ରସଙ୍ଗକୁ ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା। ଏପରିକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ କୋଇଲା ରୟାଲିଟି ସଂଶୋଧନ ଭଳି ଦୁଇଟି ମୁଖ୍ୟ ପ୍ରସଙ୍ଗ ଓ ନ୍ୟାଯ୍ୟ ଅଧିକାର ହାସଲ ପାଇଁ ବିଜେଡି କେନ୍ଦ୍ର ସରକାରକୁ ସମର୍ଥନ କରିବ ବୋଲି ନିଜର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି। ଏବେ କେନ୍ଦ୍ର ସରକାର ରୋକଠୋକ୍ ଭାବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଅଗ୍ରାହ୍ୟ ଓ ଭବିଷ୍ୟତରେ ଏଭଳି କୌଣସି ଯୋଜନା ନଥିବା ସ୍ପଷ୍ଟ କରିଥିବାବେଳେ ବିଜେଡିର ଆଭିମୁଖ୍ୟ କ’ଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story