ରାଜ୍ୟପାଳଙ୍କ ଅଭିଭାଷଣ: ସଫଳତା କୁହାଇଲେ, ଶ୍ରେୟ ଦେଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ସ୍ୱଳକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆଜି ଗୃହର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜର ସଫଳତା କୁହାଇ ଆତ୍ମପ୍ରଚାର କରାଇଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କୁ ସାମାନ୍ୟ ଶ୍ରେୟ ଦେଇନାହାନ୍ତି । ଶହୀଦଙ୍କ ସମେତ ଗୃହର ଦିବଂଗତ ସଦସ୍ୟ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କୋଭିଡ୍ ମହାମାରୀ ମୁକାବିଲା ଓ ରାଜ୍ୟର ଅର୍ଥନୀତିକୁ ସନ୍ତୁଳିତ […]

Governer

Governer

Ordigital Desk
  • Published: Friday, 25 March 2022
  • Updated: 25 March 2022, 03:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ସ୍ୱଳକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆଜି ଗୃହର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜର ସଫଳତା କୁହାଇ ଆତ୍ମପ୍ରଚାର କରାଇଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କୁ ସାମାନ୍ୟ ଶ୍ରେୟ ଦେଇନାହାନ୍ତି ।

ଶହୀଦଙ୍କ ସମେତ ଗୃହର ଦିବଂଗତ ସଦସ୍ୟ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କୋଭିଡ୍ ମହାମାରୀ ମୁକାବିଲା ଓ ରାଜ୍ୟର ଅର୍ଥନୀତିକୁ ସନ୍ତୁଳିତ କରି ଏହାକୁ ଗତିଶୀଳ କରାଇଥିବାରୁ ରାଜ୍ୟ ସରକାର ଓ ବିଭିନ୍ନ ପଦାଧିକାରୀଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି । ୨୦୨୧ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି । ବିଭିନ୍ନ ପ୍ରତିବାଦ,ଧର୍ମଘଟ ଓ ଆନ୍ଦୋଳନକୁ ପ୍ରଶମିତ କରିବାକୁ ନିରପେକ୍ଷ ବିଚାର ଓ ସହାନୁଭୂତି ପ୍ରଦର୍ଶନ କରାଯାଇଥିବା ନେଇ ରାଜ୍ୟପାଳଙ୍କ ମୁହଁରେ ସରକାର କୁହାଇଛନ୍ତି ।

ରାଜ୍ୟପାଳଙ୍କ ତାଙ୍କ ଅଭିଭାଷଣରେ କହିଚନ୍ତି ଯେ, ଗ୍ରାମାଂଚଳର ସମସ୍ତ ଗୃହହୀନ ଓ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘର ଯୋଗାଇବା ପାଇଁ ମୋ ସରକାର ପ୍ରତିବଦ୍ଧ । ୨୦୧୪-୧୫ ମସିହା ପରଠୁ ପ୍ରାୟ ୩୧,୦୫୦କୋଟି ଟଙ୍କା ବ୍ୟୟରେ ୩୧ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ୱଚ୍ଛତାର ସହିତ ସମ୍ପୂର୍ଣ୍ଣ କରାଯାଇଛି । ହିତାଧିକାରୀଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି । ୪ରୁ ୬ମାସ ମଧ୍ୟରେ ନିଜର ପକ୍କାଘର ନିର୍ମାଣ କରିଥିବା ୭.୮୨ଲକ୍ଷ ହିତାଧିକାରୀଙ୍କୁ ୧୨୮୩କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦିଅଯାଇଛି ।

ସେହିପରି ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହେବାକୁ ୧୨.୨୫ଲକ୍ଷ ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇଛି । ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ସେମାନଙ୍କର ଘରର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଜୁ ପକ୍କାଘର ଯୋଜନାରେ ୩ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି । ଏବାବଦରେ ୩୧ଲକ୍ଷ ପରିବାରକୁ ୧୪୪୪କୋଟି ଟଙ୍କା ଦିଆଯାଇଛି ।

ତେବେ ଆଶ୍ଚର୍ଯ୍ୟର କଥା, ସମସ୍ତଙ୍କୁ ପକ୍କାଘର ନୀତିକୁ ଆପଣାଇ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା’ରେ ୬୦ ପ୍ରତିଶତ ଅଂଶଧନ ଦେଉଥିଲେ ମଧ୍ୟ ଗ୍ରାମୀଣ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ୩୧ଲକ୍ଷ ଘର ପାଇଁ କେନ୍ଦ୍ର ସରକାରଙ୍କୁ ସାମାନ୍ୟତମ ଶ୍ରେୟ ଦେବାକୁ ଓଡ଼ିଶା ସରକାର ଚାହିଁନାହାନ୍ତି । ଯାହା ରାଜ୍ୟପାଳଙ୍କ ଅଭିଭାଷଣରୁ ସ୍ପଷ୍ଟ ହୋଇଛି ।
ସେହିପରି ସମସ୍ତଙ୍କୁ ସ୍ୱଚ୍ଛ ପାଇପ୍ ପାନୀୟ ଜଳ ଯୋଗାଇବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି । ମାତ୍ର ରାଜ୍ୟ ସରକାର ଏହାର ଶ୍ରେୟ ନିଜେ ନେଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାର କହିଛନ୍ତି ଯେ, ରାଜ୍ୟର ମୋଟ ୧୧୪ଟି ସହରାଂଚଳ ମଧ୍ୟରୁ ୬୩ଟି ସହରରେ ଶତପ୍ରତିଶତ ଘର ସମେତ ଭୁବନେଶ୍ୱର ଓ କଟକ ସହରର ପ୍ରତ୍ୟେକ ଘରକୁ ପାଣି ପାଇପ୍ ସଂଯୋଗ ହୋଇଛି । ୨୦୨୨ ମସିହା ଶେଷ ସୁଦ୍ଧା ରାଜ୍ୟର ସମସ୍ତ ସହରାଂଚଳର ସବୁ ଘରକୁ ପାଇପ ଜଳଯୋଗାଣ ସଂଯୋଗ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟରେ ଖାଦ୍ୟ ସୁରକ୍ଷାରେ ମୋଟ ୭୯.୩୨ ପ୍ରତିଶତ ଜନସଂଖ୍ୟାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ସୁରକ୍ଷା ଯୋଜନାରେ ୯୩.୨୪ଲକ୍ଷ ପରିବାରର ୩.୨୬କୋଟି ଲୋକ ଓ ରାଜ୍ୟର ନିଜସ୍ୱ ଜାତୀୟ ଖାଦ୍ୟ ସୁରକ୍ଷାରେ ୨.୧୮ଲକ୍ଷ ପରିବାରର ୭.୧୫ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି ବୋଲି ଆଜି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି । ମାତ୍ର ୨୦୨୧ ଫେବୃୟାରୀ ୧୮ରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ଦେଇଥିବା ନିଜର ଅଭିଭାଷଣରେ କହିଥିଲେ ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୬୩ଲକ୍ଷ ପରିବାରର ମୋଟ ୧୦.୯୮ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷାରେ ୯୨.୬୦ଲକ୍ଷ ପରିବାରର ୩.୨୪କୋଟି ହିତାଧିକାରୀ ହୋଇଛନ୍ତି । ତେବେ କରୋନା କାଳରେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ଯୋଜନାରୁ ୧.୩୫ଲକ୍ଷ ପରିବାରର ପ୍ରାୟ ୩.୮୩ଲକ୍ଷ ହିତାଧିକାରୀଙ୍କୁୁ ବାଦ୍ ଦେଇଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୪ହଜାର ପରିବାରକୁ ସାମିଲ କରାଇଛନ୍ତି ।
ରାଜ୍ୟପାଳ କହିଛନ୍ତି ଯେ, ୨୦୨୧ ମସିହାରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା । ସାମ୍ପ୍ରଦାୟିକ ଉତ୍ତେଜନା, ଶ୍ରମିକ ଓ ସେବା ସଂଗଠନର ଆନ୍ଦୋଳନ, ଛାତ୍ର ବିଶୃଙ୍ଖଳା ଆଦିକୁ ଆପୋଷ ଆଲୋଚନା ଓ ପୁଲିସର ସର୍ତକତାମୂଳକ ପଦକ୍ଷେପ ମାଧ୍ୟମରେ ସମାଧାନ ହୋଇଛି । ଜନଜାତି, ଦଳିତ, ମହିଳା, କୃଷକ, ଦୁର୍ବଳ ଶ୍ରେଣୀ , ବରିଷ୍ଠ ନାଗରିକ ଓ ସଂଖ୍ୟାଲଘୁ ସମୁଦାୟର ଆନ୍ଦୋଳ,ଧର୍ମଘଟ ଓ ପ୍ରତିବାଦକୁ ପ୍ରଶମିତ ପାଇଁ ନିରପେକ୍ଷ ବିଚାର ଓ ସହାନୁଭୂତି ପ୍ରଦର୍ଶନ କରାଯାଇଛି । ୫ବର୍ଷରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦ଜିଲ୍ଲାକୁ ହ୍ରାସ ପାଇଛି । ୫ବର୍ଷ ମଧ୍ୟରେ ପୁଲିସ ବାହିନୀରେ ୪୨୦୫ସଂଖ୍ୟକ ବିଭିନ୍ନ ପଦବୀ ସୃଷ୍ଟି ହୋଇଛି । ୨୯ଟି ନୂଆ ଥାନା, ୫ଟି ଫାଣ୍ଡି ଓ ଗୋଟିଏ ଟାଉନ୍ ଫାଣ୍ଡି ଖୋଲାଯାଇଛି ।

ରାଜ୍ୟପାଳ କହିଛନ୍ତି ଯେ, ୨୦୨୦-୨୧ରେ କାଳିଆ ଯୋଜନାରେ ରାଜ୍ୟର ୫୪ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସହାୟତା ଦିଆଯାଇଥିବାବେଳେ ୨୦୨୧ ଡିସେମ୍ବର ସୁଦ୍ଧା ଅଧିକ ୩ଲକ୍ଷ ଅର୍ଥାତ ୫୭ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ରାଜ୍ୟରେ ଅଧିକ ସଂଖ୍ୟକ ବନ୍ଦର ନିର୍ମାଣକୁ ପ୍ରୋତ୍ସାହନ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ୧୪ଟି ଅଣପ୍ରମୁଖ ବନ୍ଦର ସ୍ଥାନ ଚିହ୍ନଟ ହୋଇଛି । ଭଦ୍ରକର କାଣୀନାଳୀଠାରୁ କେନ୍ଦ୍ରାପଡ଼ାର ତାଳଚୁଆ, ଖୋର୍ଦ୍ଧାର ବାଲୁଗାଁଠରୁ ବ୍ରହ୍ମଗିରିର କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ଅର୍ନ୍ତଦେଶୀୟ ଜଳପଥ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ‘ସାଗରମାଳା’ ପ୍ରୋଜେକ୍ଟରେ ବିକଶିତ କରାଯିବ ।
ସେହିପରି ମହାତ୍ମଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୦-୨୧ରେ ୫୮୪୦କୋଟି ଟଙ୍କା ବ୍ୟୟରେ ୨୧କୋଟି ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୨୧ ଡିସେମ୍ବର ସୁଦ୍ଧା ୧୭କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରିଛି । ଗତବର୍ଷର ଶ୍ରମଦିବସକୁ ଅତିକ୍ରମ ପାଇଁ ଆଉ ୪କୋଟି ଶ୍ରମ ଦିବସର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ।

ଏସବୁ ବ୍ୟତୀତ ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟର ୮ଟି ସହରକୁ ବସ୍ତିଶୂନ୍ୟ ମାନ୍ୟତା ଦିଆଯାଇଛି । ୧.୭୦ଲକ୍ଷ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ମୋଟ ୧୧୪ଟି ସହରର ୨୯୭୪ ବସ୍ତିରେ ‘ବିଜୁ ଆଦର୍ଶ କଲୋନୀ’ ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି । ‘ଆଦର୍ଶ ବରପୁତ୍ର ଗ୍ରାମ’ ଯୋଜନାରେ ରାଜ୍ୟର ୧୧୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇ ସେମାନେ ଜନ୍ମ ନେଇଥିବା ଗାଁକୁ ଆଦର୍ଶ ଗାଁରେ ବିକଶିତ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ମନୋଜ ଦାସ ଓ ମନ୍ମଥ ଦାସଙ୍କ ଗାଁ ବାଲେଶ୍ୱରର ଶଙ୍ଖାରୀକୁ ବିକଶିତ କରାଯାଉଛି ।

ରାଜ୍ୟପାଳଙ୍କ ଅଭିଭାଷଣରେ ଅଧିକାଂଶ ତଥ୍ୟକୁ ରାଜ୍ୟ ସରକାର କେବଳ ଚଳିତଥର ପୁଣି ଦୋହରାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story