ଶିଶୁ ସାମ୍ନାରେ ମା’କୁ ହତ୍ୟା ଘଟଣା: ପିଲାର ଦାୟିତ୍ୱ ନେବେ ସରକାର

କୋରାପୁଟ: କୋରାପୁଟର ଏକ ଜଙ୍ଗଲରେ ଗତକାଲିର ହୃଦୟ ବିଦାରକ ଦୃଶ୍ୟକୁ ଏବେବି ଓଡ଼ିଶାବାସୀ ଭୁଲି ନାହାଁନ୍ତି। ଘଞ୍ଚ ଜଙ୍ଗଲ ଭିତରେ ପଡ଼ିଛି ମାଆର ମୃତଦେହ, ଆଉ ତା ପାଖରେ ରାତିସାରା କାନ୍ଦୁଛି ୧୦ ମାସର ଶିଶୁ। ଅର୍ଥାତ୍ ଦୁର୍ବୃତ୍ତମାନେ ଶିଶୁଟି ଆଗରେ ହିଁ ତା ମା’କୁ ହତ୍ୟା କରିଛନ୍ତି। ଏଭଳି ଦୁଃଖଦାୟକ ଘଟଣା ପାଇଁ ସାରା ରାଜ୍ୟ ମର୍ମାହତ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- ଏପରି ଲୋକହର୍ଷକ ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବା ଦରକାର। […]

child crying

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 06:23 PM IST

କୋରାପୁଟ: କୋରାପୁଟର ଏକ ଜଙ୍ଗଲରେ ଗତକାଲିର ହୃଦୟ ବିଦାରକ ଦୃଶ୍ୟକୁ ଏବେବି ଓଡ଼ିଶାବାସୀ ଭୁଲି ନାହାଁନ୍ତି। ଘଞ୍ଚ ଜଙ୍ଗଲ ଭିତରେ ପଡ଼ିଛି ମାଆର ମୃତଦେହ, ଆଉ ତା ପାଖରେ ରାତିସାରା କାନ୍ଦୁଛି ୧୦ ମାସର ଶିଶୁ। ଅର୍ଥାତ୍ ଦୁର୍ବୃତ୍ତମାନେ ଶିଶୁଟି ଆଗରେ ହିଁ ତା ମା’କୁ ହତ୍ୟା କରିଛନ୍ତି।

ଏଭଳି ଦୁଃଖଦାୟକ ଘଟଣା ପାଇଁ ସାରା ରାଜ୍ୟ ମର୍ମାହତ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- ଏପରି ଲୋକହର୍ଷକ ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବା ଦରକାର। ତେବେ ତା ଆଗରୁ ପ୍ରଥମେ ଶିଶୁର ଲାଳନପାଳନ ଜରୁରି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଶିଶୁଟିର ସମସ୍ତ ଦାୟିତ୍ୱ ନେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ସେ କହିଛନ୍ତି-“କେଉଁ ପରିସ୍ଥିତିରେ ଏପରି ଦୁଃଖଦାୟକ ଘଟଣା ଘଟିଲା ଏହାର ତଦନ୍ତ ହେବା ଦରକାର।”

ଗତକାଲି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜଙ୍ଗଲରେ ଶିଶୁର ସାମ୍ନାରେ ତା’ ମାଆକୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡକୁ ନେଇ ମିଳିଥିବା କିଛି ସୁରାକକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଏଥିପାଇଁ ୩ଟି ଟିମ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ଛାନଭିନ ଚାଳାଇଛି କୋରାପୁଟ ପେଲିସ। ଅନ୍ୟପକ୍ଷରେ ଚିକିତ୍ସା ପରେ ଶିଶୁର ସ୍ୱାସ୍ଥାବସ୍ଥାରେ ସୁଧାର ଆସିଛି।

Related story