ଅମାନିଆଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର‌ ପଠାଇଲା ପ୍ରଶାସନ

ପାରାଦୀପ(ରମାକାନ୍ତ ନାୟକ): ଗତକାଲି କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ନ ଯାଇ ବସ୍ତି ଭିତରକୁ ପଶି ଯାଇଥିବା ଅମାନିଆ ପ୍ରବାସୀଙ୍କୁ ଆଜି କ୍ୱାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଛି। ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ତତ୍ପର ହୋଇଉଠିଥିଲା ପ୍ରଶାସନ। ଏହାପରେ ଆନ୍ଧ୍ରରୁ ପାରାଦୀପ ଆସିଥିବା ୫୧ ପ୍ରବାସୀଙ୍କୁ ଷଣ୍ଢକୁଦ ବସ୍ତିରୁ ଠାବ କରାଯାଇ ଟିଏମ୍‌ସିକୁ ପଠାଇ ଦିଆଯାଇଛି । ପାରାଦୀପ ପୌର ପ୍ରଶାସନ ଏବଂ ଜଟାଧାରା ମୁହାଣ ସାମୁଦ୍ରିକ ଥାନା ପୁଲିସ୍‌  ସହାୟତାରେ ଏହି ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଛି।  ପ୍ରବାସୀ […]

paradip

paradip

Niharika Rout
  • Published: Wednesday, 03 June 2020
  • Updated: 03 June 2020, 02:36 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ଗତକାଲି କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ନ ଯାଇ ବସ୍ତି ଭିତରକୁ ପଶି ଯାଇଥିବା ଅମାନିଆ ପ୍ରବାସୀଙ୍କୁ ଆଜି କ୍ୱାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଛି। ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ତତ୍ପର ହୋଇଉଠିଥିଲା ପ୍ରଶାସନ। ଏହାପରେ ଆନ୍ଧ୍ରରୁ ପାରାଦୀପ ଆସିଥିବା ୫୧ ପ୍ରବାସୀଙ୍କୁ ଷଣ୍ଢକୁଦ ବସ୍ତିରୁ ଠାବ କରାଯାଇ ଟିଏମ୍‌ସିକୁ ପଠାଇ ଦିଆଯାଇଛି ।

ପାରାଦୀପ ପୌର ପ୍ରଶାସନ ଏବଂ ଜଟାଧାରା ମୁହାଣ ସାମୁଦ୍ରିକ ଥାନା ପୁଲିସ୍‌  ସହାୟତାରେ ଏହି ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଛି।  ପ୍ରବାସୀ ଆନ୍ଧ୍ର ଫେରନ୍ତାମାନେ ସ୍ଥାନୀୟ ଆଶାକର୍ମୀ ସାବିତ୍ରୀ ସ୍ୱାଇଁଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା ।

ଆନ୍ଧ୍ରରୁ ଆସିଥିବାରୁ ଆଶାକର୍ମୀ ସେମାନଙ୍କୁ ବସ୍ତିରେ ପ୍ରବେଶ ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ସହ କ୍ୱାରେଣ୍ଟାଇନ୍‌ରେ ରହିବାକୁ  କହିଥିଲେ । ମାତ୍ର ସେମାନେ ଆଶାକର୍ମୀଙ୍କ କଥା ମାନି ନଥିଲେ ।  ବରଂ ଗାଳିଗୁଲଜ କରି ତାଙ୍କୁ ଧକ୍କା ମାରି ପଳାଇଥିବା ଅଭିଯୋଗ ହୋଇଥିଲା।   ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos