ପ୍ରଶଂସାରେ ପୋତି ପକାଇଲେ କେନ୍ଦ୍ର ରାଜସ୍ୱ ସଚିବ

ଭୁବନେଶ୍ୱର: ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ ଜିଏସ୍‌ଟି। ତେବେ ଏହା ପୂର୍ବରୁ ଜିଏସ୍‌ଟିର କାର୍ଯ୍ୟକାରିତା ନେଇ ଆଜି ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଆଧିଆ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଥିଲେ। ସେ କହିଥିଲେ,“ଓଡ଼ିଶାର ଯଥେଷ୍ଟ ପ୍ରଗତି ହୋଇଛି। ଭୁବନେଶ୍ୱରରେ ଭିତ୍ତିଭୂମିର ଅଭାବ ନାହିଁ।” ଆନ୍ତଃରାଜ୍ୟ ତନଖି ଫାଟକ ଉଠାଇବା ନେଇ ଓଡ଼ିଶାକୁ ପ୍ରଶଂସା କରି ହସମୁଖ କହିଥିଲେ, ଏହା […]

Gst

Gst

Rakesh Mallick
  • Published: Friday, 09 June 2017
  • Updated: 09 June 2017, 10:16 PM IST

Sports

Latest News

ଭୁବନେଶ୍ୱର: ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ ଜିଏସ୍‌ଟି। ତେବେ ଏହା ପୂର୍ବରୁ ଜିଏସ୍‌ଟିର କାର୍ଯ୍ୟକାରିତା ନେଇ ଆଜି ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଆଧିଆ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଥିଲେ।

ସେ କହିଥିଲେ,“ଓଡ଼ିଶାର ଯଥେଷ୍ଟ ପ୍ରଗତି ହୋଇଛି। ଭୁବନେଶ୍ୱରରେ ଭିତ୍ତିଭୂମିର ଅଭାବ ନାହିଁ।”

ଆନ୍ତଃରାଜ୍ୟ ତନଖି ଫାଟକ ଉଠାଇବା ନେଇ ଓଡ଼ିଶାକୁ ପ୍ରଶଂସା କରି ହସମୁଖ କହିଥିଲେ, ଏହା ଏକ ସାହସିକ ପଦକ୍ଷେପ। ଅନ୍ୟ ରାଜ୍ୟ ଅନୁସରଣ କରିବା ଦରକାର ବୋଲି ସେ କହିଥିଲେ।

ବୈଠକରେ ଯୋଗଦେଇ ଅର୍ଥ ମନ୍ତ୍ରୀ ଶଶୀ ବେହେରା କହିଥିଲେ,“ଆସନ୍ତା ଜିଏସ୍‌ଟି କାଉନସିଲ୍ ବୈଠକରେ ରାଜ୍ୟ ନିଜର ଦାବି ରଖିବ। ବୈଠକରେ ପୁଞ୍ଜିପତି, ଶିଳ୍ପପତି, ନିବେଶକ ଏବଂ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଯୋଗଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos