'ରଥଯାତ୍ରା ନହେଲେ ବର୍ଷ ତମାମ ଅଣସର ଘରେ ରହିବେ ତିନି ଠାକୁର'

ପୁରୀ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ, ତାହେଲେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ […]

rathayatra

rathayatra

Ranjit Kumar Jena
  • Published: Sunday, 07 June 2020
  • Updated: 07 June 2020, 07:47 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ, ତାହେଲେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।

ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନ ସିଂହାସନକୁ ଫେରିବେ ନାହିଁ। ଏମିତିକି ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। ତେଣୁ ରଥଯାତ୍ରାର କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଏହାକୁ ନେଇ ଐତିହାସିକ ତଥା ବିଶେଷଜ୍ଞଙ୍କ ମତ ଭିନ୍ନ।

ଐତିହାସିକ ସୁରେନ୍ଦ୍ର ମିଶ୍ରଙ୍କ ମତରେ, ଆଗରୁ ଶ୍ରୀମନ୍ଦିର ଭିତରେ ରଥଯାତ୍ରା ହୋଇଛି। ଏକରାମ୍ ଖାଁ ଶ୍ରୀମନ୍ଦିର ଆକ୍ରମଣ ସମୟରେ ମନ୍ଦିରର ଭୋଗ ମଣ୍ଡପରେ ରଥଯାତ୍ରା ସଂପନ୍ନ ହୋଇଥିବା କଥା ଇତିହାସ ଓ ମାଦଳପାଞ୍ଜିରେ ଉଲ୍ଲେଖ ଥିବା କହିଛନ୍ତି।

ତେବେ ଗୋଟିଏ ପଟେ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବା ବେଳେ ଅନ୍ୟପଟେ ଶ୍ରୀକ୍ଷେତ୍ର ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ମହାରଣା, ଭୋଇ, ରୂପକାର ଓ କମାର ସେବାୟତମାନେ ଏବେ କାମରେ ଲାଗିଥିବା ବେଳେ ତିନି ରଥର ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos