ବିଜେଡି ହରତାଳ ବେଳେ ବର୍ଷାରେ ଭିଜି ପୁଅକୁ ସ୍କୁଲ ନେଲେ ତଥାଗତ

nnnଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ଗତକାଲି ବିଜେଡି କରିଥିବା ହରତାଳରୁ  ବିଜେଡି ସାଂସଦ ତଥାଗତ ସତପଥୀ ମଧ୍ୟ ବର୍ତ୍ତି ନାହାଁନ୍ତି। ତଥାଗତ ବିଜେଡି ହରତାଳରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ବୋଲି ଟ୍ୱିଟ୍‌ କରି କହିଛନ୍ତି। ସେ ଟ୍ୱିଟ୍‌ରରେ ଲେଖିଛନ୍ତି, “ଦଳର ହରତାଳ ଯୋଗୁଁ ମୁଁ ମଧ୍ୟ ହଇରାଣ ହୋଇଛି। ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ବେଳେ ହଟହଟା ହୋଇଥିଲି। ବାଇକରେ ଯିବା ବେଳେ ବର୍ଷା ହେବାରୁ ଭିଜି ଯାଇଥିଲି।”

ପେଟ୍ରୋଲ ଦାମ ବୃଦ୍ଧି ପ୍ରତିବାଦରେ ଗତକାଲି ବିଜେଡି ସକାଳ ୭ଟାରୁ ୧୨ ଯାଏଁ ହରତାଳ କରିଥିଲା। ଏହି ସମୟରେ ସାଧାରଣ ଜନତା ବହୁତ ହଇରାଣ ହୋଇଥିଲେ।  କେତେକ ସ୍ଥାନରେ ଗଣ୍ଡଗୋଳ ଓ ଭଙ୍ଗାରୁଜା ମଧ୍ୟ ହୋଇଥିଲା।