ମହିମା ମିଶ୍ରଙ୍କର ଜାମିନ୍ ଆବେଦନ ଉପରେ ଆଜି ହେବ ଶୁଣାଣି

କଟକ: ଶିଳ୍ପପତି ମହିମା ମିଶ୍ରଙ୍କର ଜାମିନ୍ ଆବେଦନ ଉପରରେ ଆଜି ହାଇକାର୍ଟରରେ ଚୁଡାନ୍ତ ଶୁଣାଣି ହୋଇପାରେ।  ପାରାଦ୍ୱୀପ ସିୱେଜ୍ ସିପିଙ୍ଗ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା ଏବଂ କଟକ ପ୍ରେସ୍ ଛକ ଅଭୟ ଭଟ୍ଟ ବୋମାମାଡ଼ ଘଟଣାରେ ମହିମାଙ୍କ ଜାମିନ ଆବେଦନର ଶୁଣାଣି ହେବ।  ମହିମାଙ୍କ ପକ୍ଷରୁ ସୁପ୍ରିମେକୋର୍ଟର ବରିଷ୍ଠ ଆଇନଜୀବୀ କେ.ଟି.ଏସ୍. ତୁଲସୀ ପକ୍ଷ ରଖିବେ।  ଉଭୟ ମାମଲାରେ ପୋଲିସ୍ ପକ୍ଷରୁ ଚାର୍ଜସିଟ୍ ମଧ୍ୟ ଦାଖଲ୍ କରାଯାଇଛି। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ […]

mahima-mishra

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 09:19 AM IST

କଟକ: ଶିଳ୍ପପତି ମହିମା ମିଶ୍ରଙ୍କର ଜାମିନ୍ ଆବେଦନ ଉପରରେ ଆଜି ହାଇକାର୍ଟରରେ ଚୁଡାନ୍ତ ଶୁଣାଣି ହୋଇପାରେ।  ପାରାଦ୍ୱୀପ ସିୱେଜ୍ ସିପିଙ୍ଗ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା ଏବଂ କଟକ ପ୍ରେସ୍ ଛକ ଅଭୟ ଭଟ୍ଟ ବୋମାମାଡ଼ ଘଟଣାରେ ମହିମାଙ୍କ ଜାମିନ ଆବେଦନର ଶୁଣାଣି ହେବ।  ମହିମାଙ୍କ ପକ୍ଷରୁ ସୁପ୍ରିମେକୋର୍ଟର ବରିଷ୍ଠ ଆଇନଜୀବୀ କେ.ଟି.ଏସ୍. ତୁଲସୀ ପକ୍ଷ ରଖିବେ।  ଉଭୟ ମାମଲାରେ ପୋଲିସ୍ ପକ୍ଷରୁ ଚାର୍ଜସିଟ୍ ମଧ୍ୟ ଦାଖଲ୍ କରାଯାଇଛି।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ସହ ଅଭିଯୁକ୍ତ ବାପି ସର୍ଖେଲ୍‌ଙ୍କୁ ଜାମିନ୍ ମିଳିସାରିଥିବାରୁ ମହିମାଙ୍କୁ ମଧ୍ୟ ଜାମିନ୍ ଦେବାକୁ ଓକିଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

ଅନ୍ୟପକ୍ଷରେ ମହିମା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ୍ ପାଇବାପରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ଦର୍ଶାଇ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିବାକୁ ସରକାରୀ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।  ଆଜି ଉଭୟ ପକ୍ଷ ଚୂଡ଼ାନ୍ତ ଯୁକ୍ତି ଉପସ୍ଥାପନ କରିପାରନ୍ତି।

Related story