ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ବିଧା, ଗୋଇଠା; ଥାନାରେ ଅଭିଯୋଗ

କରଞ୍ଜିଆ (ଦୀପକ କୁମାର ମହନ୍ତ): ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ହାତୀବାରି ସେବାଶ୍ରମରେ। ଏହି ଘଟଣାଟି ଘଟିଥିଲା ଗତ ୧୭ ତାରିଖରେ। ତେବେ ପ୍ରଧାନ ଶିକ୍ଷକଙ୍କ ଚେତାବନୀରେ ଡରି ଯାଇ ଛାତ୍ରୀଙ୍କ ପରିବାର ଲୋକେ କାହା ନିକଟରେ ଅଭିଯୋଗ କରି ନଥିଲେ। ଅଭିଯୋଗ କଲେ ତାଙ୍କୁ ସ୍କୁଲରୁ ବାହାର କରି ଦେବାକୁ ଧମକ ଦେଇଥିଲେ […]

Police Station

Police Station

Jitendra Garnayak
  • Published: Sunday, 27 November 2022
  • Updated: 27 November 2022, 09:51 AM IST

Sports

Latest News

କରଞ୍ଜିଆ (ଦୀପକ କୁମାର ମହନ୍ତ): ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ହାତୀବାରି ସେବାଶ୍ରମରେ।

ଏହି ଘଟଣାଟି ଘଟିଥିଲା ଗତ ୧୭ ତାରିଖରେ। ତେବେ ପ୍ରଧାନ ଶିକ୍ଷକଙ୍କ ଚେତାବନୀରେ ଡରି ଯାଇ ଛାତ୍ରୀଙ୍କ ପରିବାର ଲୋକେ କାହା ନିକଟରେ ଅଭିଯୋଗ କରି ନଥିଲେ। ଅଭିଯୋଗ କଲେ ତାଙ୍କୁ ସ୍କୁଲରୁ ବାହାର କରି ଦେବାକୁ ଧମକ ଦେଇଥିଲେ ପ୍ରଧାନ ଶିକ୍ଷକ। ଗତକାଲି ଛାତ୍ରୀଙ୍କ ମାମୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ଗତକାଲି ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ଧରି କରଞ୍ଜିଆ ଥାନା ଆସିଥିଲେ ଓ ଏତଲା ଦେଇଥିଲେ।

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଆହତ ହୋଇଥିବା ଏହି ଛାତ୍ରୀଙ୍କ ନାଁ ଶୁଭସ୍ମିତା ବୋଦ୍ରା। ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ନାଁ ପ୍ରଶାନ୍ତ କୁମାର ସାହୁ। ଗତ ୧୭ ତାରିଖରେ ପ୍ରାର୍ଥନା କ୍ଲାସରେ ସମସ୍ତଙ୍କ ସମ୍ମୁଖରେ ଶୁଭସ୍ମିତାଙ୍କୁ ପ୍ରଧାନ ଶିକ୍ଷକ ପିଟି ଥିଲେ। ସେ ଶୁଭସ୍ମିତାକୁ ବହୁତ ପିଟି ଥିବା ଅଭିଯୋଗ ହୋଇଛି। ଏପରିକି ଗୋଇଠା ମଧ୍ୟ ମାରିଥିଲେ। ପ୍ରଧାନ ଶିକ୍ଷକଙ୍କ ମାଡ଼ ଓ ଗାଳିରେ ଶୁଭସ୍ମିତା ପରିସ୍ରା କରି ଦେଇଥିଲେ। ସେ ପୂରା ଡରି ଯାଇଛନ୍ତି।

ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁଭସ୍ମିତାଙ୍କ ମାମୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସଂପର୍କରେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏହି ଘଟଣାଟି ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଥିବା ବେଳେ ଏହି ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକରୁ ବିଭିନ୍ନ ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତ ୨୩ ତାରିଖରେ ଠାକୁରମୁଣ୍ଡା ଅନ୍ୱେଷ ହଷ୍ଟେଲର ୯୪ ଛାତ୍ରୀ ଖାଇବାକୁ ନ ପାଇ କାନ୍ଦି କାନ୍ଦି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେହିଭଳି କେଶଡ଼ିହା ସେବାଶ୍ରମର ଅନ୍ତେବାସୀ ନିମ୍ନମାନର ଖାଦ୍ୟ ସହିତ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ଶରତ ଫୁଲମୋତି ସେବାଶ୍ରମର ଛାତ୍ରୀଙ୍କୁ ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଗାଳିଗୁଳଜ କରିବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀମାନେ ଠାକୁରମୁଣ୍ଡା-ଶରତ ରାସ୍ତାକୁ ଅବରୋଧ କରିଥିଲେ। ଏଣୁ ମନ୍ତ୍ରୀ ନିଜଆଡ଼ୁ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story