ଭଉଣୀଙ୍କୁ କାଖ କରି ଡାକ୍ତରଖାନା ନେଲା ଭାଇ
- Published: Sunday, 26 November 2017
- , Updated: 26 November 2017, 12:57 PM IST
<p>କଲ୍ୟାଣସିଂହପୁର: କାଖ କରି ଭଉଣୀଙ୍କୁ ଡାକ୍ତରଖାନା ନେଲେ ଭାଇ। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍‌ ଫାକେରୁ ଗାଁରେ। ଗାଁର କୁନି ସିକକା ଫସଲ ଅମଳ ପାଇଁ ନିକଟସ୍ଥ ପାହାଡ଼କୁ ଯାଇଥିଲେ। ସେଠାରେ କୁନି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗାଁକୁ ଗମନା ଗମନର କିଛି ସୁବିଧା ନଥିବାରୁ ତାଙ୍କ ଭାଇ କିଛି ଉପାୟ ନ ପାଇ ପ୍ରାୟ ୫ କିଲୋମିଟର ଭଉଣୀଙ୍କୁ କାଖ କରି ନଈ ପାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।</p>
<p>ଗାଁରୁ ଡାକ୍ତରଖାନାର ଦୂରତା ୧୨ କିଲୋମଟିର। ଆଉ ୭ କିଲୋମିଟର ପର୍ଯ୍ୟନ୍ତ କୁନିଙ୍କୁ ଏକ ଅଟୋ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଥିଲା। ରୋଗୀର ଅବସ୍ଥା ବର୍ତ୍ତମାନ ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।</p>