ହୋମ ନିଆଁ ଜଳୁଥିଲା ଭଉଣୀର, ଜୁଇ ଜଳୁଥିଲା ଭାଇର

ରେଢାଖୋଲ(ରମାକାନ୍ତ ମହାନନ୍ଦ): ଏକା ସମୟରେ ଜଳିଲା ଭଉଣୀର ବିବାହ ଓ ବେଦୀର ହୋମ ନିଆଁ। ଆଉ ଭାଇର ମଶାଣି ଜୁଇ ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ଘଟଣା ସତ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ କିଆକଟା ଥାନା ବାଜପୁର ଗାଁରେ।  ଉକ୍ତ ଘଟଣା ପୁରା ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା। ମାର୍ଚ୍ଚ ୩। ମଙ୍ଗଳବାର  ସମୟ ଅପରାହ୍ଣ ପ୍ରାୟ ୨ଟା। ଅନୁଗୁଳ କିଆକଟା ଥାନା କୁଶୁଣି ଗାଁ ଶିବ ମନ୍ଦିର ବେଢ଼ାରେ ଦିକ ଦିକ୍ […]

n-654

n-654

Tapas Behera
  • Published: Wednesday, 04 March 2020
  • Updated: 04 March 2020, 09:10 PM IST

Sports

Latest News

ରେଢାଖୋଲ(ରମାକାନ୍ତ ମହାନନ୍ଦ): ଏକା ସମୟରେ ଜଳିଲା ଭଉଣୀର ବିବାହ ଓ ବେଦୀର ହୋମ ନିଆଁ। ଆଉ ଭାଇର ମଶାଣି ଜୁଇ ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ଘଟଣା ସତ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ କିଆକଟା ଥାନା ବାଜପୁର ଗାଁରେ।  ଉକ୍ତ ଘଟଣା ପୁରା ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା। ମାର୍ଚ୍ଚ ୩। ମଙ୍ଗଳବାର  ସମୟ ଅପରାହ୍ଣ ପ୍ରାୟ ୨ଟା। ଅନୁଗୁଳ କିଆକଟା ଥାନା କୁଶୁଣି ଗାଁ ଶିବ ମନ୍ଦିର ବେଢ଼ାରେ ଦିକ ଦିକ୍ ଜଳୁଥିଲା ଭଉଣୀ ବାହାବେଦୀର ହୋମ ନିଆଁ।

ଆଉ ଏପଟେ ବିବାହ ଉତ୍ସବଠୁ ଅଳ୍ପ ଦୂରରେ ହୁତୁ ହୁତୁ ହୋଇ ଜଳୁଥିଲା ଭାଇର ଜୁଇ। ଏ ହୃଦୟ ବିଦାରକ ଘଟଣା ଅବିଶ୍ୱାସ ମନେ ହେଉଥିଲେ ନିଛକ ବାସ୍ତବତା । ବାଜପୁର ଗାଁର ସ୍ୱାଧୀନ ପ୍ରଧାନ ନିଜ ଭଉଣୀ ବାହାଘର ପାଇଁ ସବୁ ପ୍ରସ୍ତୁତି ସାରିବା ପରେ ମଙ୍ଗନ ସାରି ଯାଇଥିଲେ ରେଢାଖୋଲ ହାଟ । ହେଲେ ଫେରିବା ବେଳକୁ ଅପେକ୍ଷା କରିଥିଲା ମୃତ୍ୟୁ। ଅଟୋ ଧକ୍କାରେ ସେଇଠି ଆଖି ବୁଜି ଦେଇଥିଲେ ସ୍ୱାଧୀନ। ଆଉ ଏପଟେ ଭାଇର ଅଫେରା ବାଟକୁ ଚାହିଁ ରହିଥିଲା ମଙ୍ଗୁଳା ଭଉଣୀ ।

ବିଡ଼ି ତିଆରି କରି ପରିବାର ପୋଷୁଥିବା ବାପ ଛେଉଣ୍ଡ ସ୍ୱାଧୀନ ପୂର୍ବରୁ ଦୁଇ ଭଉଣୀଙ୍କ ବିବାହ ଦେଇସାରିଥିଲା । ଅଲିଅଳି ଶେଷ ଭଉଣୀର ବିବାହ ପାଇଁ ନିଜ ସାଧ୍ୟମତେ ସବୁ କିଛିର ବନ୍ଦୋବସ୍ତ କରିଥିଲା । ବିବାହ ଉତ୍ସବ ଲାଗି ବନ୍ଧୁ ବାନ୍ଧବଙ୍କ ଗହଳିରେ ଉଛୁଳି ଉଠୁଥିଲା ପରିବେଶ । ହେଲେ ଏଭଳି ସୁଖଦ ମୁହୂର୍ତ୍ତରେ ଘର ଲୋକ ପାଇଥିଲେ ଛାତିରେ ଚଡ଼କ ପଡ଼ିବା ଭଳି ଖବର । ଧୈର୍ଯ୍ୟ ଧରିବାକୁ କାହା ପାଖରେ ଜୁ ନଥିଲା କି ସମବେଦନା ଜଣାବାକୁ ସାହସ । କ୍ଷଣିକ ଭିତରେ ବଦଳିଯାଇଥିଲା ଦୃଶ୍ୟପଟ୍ଟ । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ଅଞ୍ଚଳ। ଏପଟେ ମଙ୍ଗୁଳା ସରିଥିବାରୁ ଭଉଣୀକୁ ଗାଁଠୁ ଅଳ୍ପଦୂରରେ ଏକ ମନ୍ଦିରରେ ବିବାହ କରାଇଥିଲେ କନ୍ୟାର ମାମୁଁଘର ଲୋକେ।

ଅତ୍ୟନ୍ତ ଗରିବ ପରିବାରର ଏକମାତ୍ର ରୋଜଗାରିଆ ମଣିଷକୁ ହରାଇ ଏବେ ଏକୁଟିଆ ହୋଇପଡ଼ିନ୍ତି ମୃତ ସ୍ୱାଧୀନଙ୍କ ମା। ଏଣେ ଉକ୍ତ ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୁରା ବାଜପୁରା ଗାଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story