ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ, ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚଣ୍ଡ ତାତି ପ୍ରବାହିତ ହେଉଛି। ୪୫ ଡିଗ୍ରୀ ଉପରେ ୬ ସହର ରହିଛି। ୪୫.୬ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ତାଳଚେରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫.୨ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ଟିଟିଲାଗଡ଼ରେ ତାପମାତ୍ରା ରହିଛି ୪୫ ଡିଗ୍ରୀ। ସେହିପରି ଅନୁଗୋଳରେ ୪୩.୯ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଭୁବନେଶ୍ୱରରେ ୪୨.୪ ଡିଗ୍ରୀ, ଭବାନୀପାଟଣାରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୦.୯ […]

heatwave

heatwave

Manoranjan Sial
  • Published: Wednesday, 12 June 2019
  • Updated: 12 June 2019, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚଣ୍ଡ ତାତି ପ୍ରବାହିତ ହେଉଛି। ୪୫ ଡିଗ୍ରୀ ଉପରେ ୬ ସହର ରହିଛି। ୪୫.୬ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ତାଳଚେରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫.୨ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ଟିଟିଲାଗଡ଼ରେ ତାପମାତ୍ରା ରହିଛି ୪୫ ଡିଗ୍ରୀ। ସେହିପରି ଅନୁଗୋଳରେ ୪୩.୯ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଭୁବନେଶ୍ୱରରେ ୪୨.୪ ଡିଗ୍ରୀ, ଭବାନୀପାଟଣାରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୦.୯ ଡିଗ୍ରୀ, ଚାନ୍ଦବାଲିରେ ୪୦.୮ ଡିଗ୍ରୀ, କଟକରେ ୪୦.୫ ଡିଗ୍ରୀ ଓ ସୁନ୍ଦରଗଡ଼ର ତାପମାତ୍ର ୪୪.୫ ଡିଗ୍ରୀ ରହିଛି।

ଅନ୍ୟପକ୍ଷରେ ଆଜିଠୁ ୩ ଦିନ ଯାଏଁ ହିଟ୍ୱେଭ୍ କଣ୍ଡିସନ୍ ଜାରି ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ।

ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଘରୁ ବାହାରିବା ପାଇଁ ନିରାପଦ ମଣୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos