୫ ଜିଲ୍ଲାରେ ପ୍ରବଳ ବର୍ଷିବ, ଜାରି ହେଲା ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରେଡ୍‌ ୱାର୍ଣ୍ଣିଂ ଜାରି ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ। ବର୍ଷା ଯୋଗୁଁ ତଳି ଅଞ୍ଚଳରେ ପାଣି ଜମି ରହିବ। କଚା ରାସ୍ତା ଓ ଘର ଭାଙ୍ଗିବ। ମାଟି ଅତଡ଼ା ଧସିବା ଆଶଙ୍କା ରହିଛି। ସେହିପରି ନୂଆପଡ଼ା, କଳାହାଣ୍ଡି, […]

weather-1..

weather-1..

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 05:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରେଡ୍‌ ୱାର୍ଣ୍ଣିଂ ଜାରି ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ। ବର୍ଷା ଯୋଗୁଁ ତଳି ଅଞ୍ଚଳରେ ପାଣି ଜମି ରହିବ। କଚା ରାସ୍ତା ଓ ଘର ଭାଙ୍ଗିବ। ମାଟି ଅତଡ଼ା ଧସିବା ଆଶଙ୍କା ରହିଛି।

ସେହିପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହେବ। ତଳି ଅଞ୍ଚଳରେ ପାଣି ଜମିବ। କଚା ଘର ଭାଙ୍ଗିବା ଆଶଙ୍କା ରହିଛି। ଏହାଛଡ଼ା କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ୱର ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ରୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos