ଲଗାଣ ବର୍ଷା, ବନ୍ୟାରେ ଗଲା ୭ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଓ ବନ୍ୟା ଯୋଗୁ ଗତ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରେ ମୟୂରଭଂଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଅଛନ୍ତି। ବନ୍ୟା ଜଳରେ ଭାସିଯାଇ ଆଉ ୨ ଜଣ ନିଖୋଜ ଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି-“ମହାନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। ମହାନଦୀର ମୁଣ୍ଡଳିଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ […]

heavy-rain

heavy-rain

Manoranjan Sial
  • Published: Thursday, 27 August 2020
  • Updated: 27 August 2020, 08:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଓ ବନ୍ୟା ଯୋଗୁ ଗତ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରେ ମୟୂରଭଂଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଅଛନ୍ତି। ବନ୍ୟା ଜଳରେ ଭାସିଯାଇ ଆଉ ୨ ଜଣ ନିଖୋଜ ଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି।

ସେ କହିଛନ୍ତି-“ମହାନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। ମହାନଦୀର ମୁଣ୍ଡଳିଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ ଲକ୍ଷ କ୍ୟୁସେକ ପାଣି ପଶୁଛି ଓ ୩ ଲକ୍ଷ କ୍ୟୁସେକ ଛାଡୁଛି। ଇବ ଓ ଭେଡେନ ନଦୀରୁ ବହୁ ପରିମାଣର ଜଳ ହୀରାକୁଦକୁ ପଶୁଛି। ଏବେ ହୀରାକୁଦରୁ ୧୮ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ଏହି ପାଣି ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହାଫଳରେ ମହାନଦୀ ତଳ ମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି।”

ଲଗାଣ ବର୍ଷା ପରେ ଓଡ଼ିଶାକୁ ମାଡ଼ି ଆସିଲା ବନ୍ୟା। ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଚିନ୍ତା ବଢ଼ାଇଲା ମହାନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବଢୁଥିବାରୁ ମହାନଦୀରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏବେ ୧୮ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍‌ରୁ ମହାନଦୀକୁ ଜଳ ନିଷ୍କାସନ ହେଉଥିବା ବେଳେ ଅପରାହ୍ଣ ସୁଦ୍ଧା ମୁଣ୍ଡୁଳି ଦେଇ ସାଢ଼େ ୭ ଲକ୍ଷ୍ୟ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀର ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି।

ଅନ୍ୟ ପକ୍ଷରେ ଉତ୍ତର ଓଡ଼ିଶାର ୫ଟି ନଦୀ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯେଉଁଥିପାଇଁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ଏସ୍‌ଆରସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos