ଦିନକ ପରେ ଶପଥ ନେବେ ନବୀନ: ଏପଟେ ମନ୍ତ୍ରୀ ପଦ ପାଇଁ ଚାଲିଛି ଲବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଶପଥ ନେବେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍। ଏଥିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ନବୀନ ନିବାସରେ ମନ୍ତ୍ରୀପଦ ପାଇଁ ଲାଗିଛି ଆଶାୟୀଙ୍କ ଗହଳି। ପଞ୍ଚମ ଥର ଜିତିବା ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ବାହାନାରେ ଚାଲିଛି ଲବି। ହେଲେ ଏପର୍ଯ୍ୟନ୍ତ […]

naveen-patnik

naveen-patnik

Manoranjan Sial
  • Published: Monday, 27 May 2019
  • Updated: 27 May 2019, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଶପଥ ନେବେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍। ଏଥିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେପଟେ ନବୀନ ନିବାସରେ ମନ୍ତ୍ରୀପଦ ପାଇଁ ଲାଗିଛି ଆଶାୟୀଙ୍କ ଗହଳି। ପଞ୍ଚମ ଥର ଜିତିବା ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ବାହାନାରେ ଚାଲିଛି ଲବି। ହେଲେ ଏପର୍ଯ୍ୟନ୍ତ ନବୀନ ତାଙ୍କ କାର୍ଡ ଖୋଲୁନଥିବାରୁ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ, ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ମନ୍ତ୍ରୀ ପଦ ପାଇଁ ଅନେକ ମାପଦଣ୍ଡ ରଖାଯାଇଥିବା ବେଳେ ଏଥର କିଛି ନୂଆ ଫର୍ମୁଲା ମଧ୍ୟ ତିଆରି କରାଯାଇଛି।

ନିର୍ବିବାଦୀୟ ଚେହେରା, ବିଭାଗ ସମ୍ଭାଳିବା ଲାଗି ଦକ୍ଷତା ସହ ନେତାଙ୍କ ଦଳର ନେତୃତ୍ୱ ପ୍ରତି ଆନୁଗତ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ବାଦ୍‌ ଦଳ ବାହାର କରିଛି ଆଉ ଏକ ନୂଆ ରାସ୍ତା। ଯେଉଁ ଲୋକସଭା କ୍ଷେତ୍ରରେ ସବୁ ବିଧାୟକ ଓ ସାଂସଦ ଜିତିଛନ୍ତି, ସେଠାରୁ ମନ୍ତ୍ରୀ ହେବା ନିଶ୍ଚିତ। ଏହି ଫର୍ମୁଲାରେ ବରଗଡ଼, କନ୍ଧମାଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଆସୁଛି। ଏଥିରୁ ବରଗଡ଼କୁ ଛାଡିଦେଲେ ଅନ୍ୟ ସବୁ ସିଟ୍‌ରେ ଦଳୀୟ ସାଂସଦ ପ୍ରାର୍ଥୀ ଜିତିଛନ୍ତି। ଆସ୍କା , କେନ୍ଦୁଝର, କଟକ, ଭୁବନେଶ୍ୱର, ଭଦ୍ରକ ଆଦି ସଂସଦୀୟ କ୍ଷେତ୍ରରୁ ୬ ଜଣ ଲେଖାଏଁ ବିଧାୟକ ଜିତିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ। ସେପଟେ ଯେଉଁ ବିଧାୟକମାନେ ମୋଦି ଲହର୍ କାଟି ସାଂସଦଙ୍କ ପାଇଁ ଅଧିକ ଭୋଟ୍ ଆଣି ପାରିଛନ୍ତି ତାଙ୍କୁ ବି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଝଟକା ପରେ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିବା ବେଳେ ସ୍ୱେଚ୍ଛାକୃତ ଭାବେ କିଛି ନେତା ମନ୍ତ୍ରୀ ପଦ ଛାଡ଼ିଥିଲେ। ଏଥର ସେମାନଙ୍କୁ ଗୁରୁତ୍ୱ ଦିଆଯାଇପାରେ। ଏହି ତାଲିକାରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ। ତା’ସହ ୧୨ ବିଧାୟିକାଙ୍କ ମଧ୍ୟରୁ ୩-୪ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ତେବେ ନବୀନ ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଥିବାରୁ ଜିଲ୍ଲାଓ୍ୱାରୀ ହିସାବ କରାନଯାଇ ନେତାଙ୍କ ଦକ୍ଷତା ଓ ପ୍ରଦର୍ଶନକୁ ଆଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି ବୋଲି କୁହାଯାଉଛି।

୨୯ ତାରିଖରେ ନବୀନ ଓ ତାଙ୍କ ନୂଆ ଟିମ୍ ଶପଥ ନେବେ। ତେବେ ବାଲେଶ୍ୱରରେ ଏପ୍ରିଲ୍‌ ୨୪ ତାରିଖରେ ନିର୍ବାଚନ ପ୍ରଚାର ବେଳେ ନବୀନଙ୍କ କହିବା ମୁତାବକ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଦେଶର କିଛି ଜଣାଶୁଣା ଉଦ୍ୟୋଗପତି, ସବୁ ଦଳର ନେତା ଓ ବହୁସଂଖ୍ୟକ ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ସିସିଟିଭି ନଜରରେ ରହିବ ମଞ୍ଚ

ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ପ୍ରଦର୍ଶନୀ ପଡ଼ିଆ ଓ ଆଖପାଖ ଅଞ୍ଚଳରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ମଞ୍ଚଠାରୁ ୧୦୦ ଫୁଟ ଯାଏଁ CCTV କଭରେଜରେ ରହିବ। ସଭାସ୍ଥଳକୁ ଯିବା ପାଇଁ ରହିବ ମୋଟ ୫ଟି ପ୍ରବେଶପଥ। ଭିଭିଆଇପି, ନିମନ୍ତ୍ରିତ ଅତିଥି ଓ ଏମପି ଓ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ ରହିବ। ଆସନ୍ତାକାଲି ସୁରକ୍ଷା ସମ୍ପର୍କିତ ମକ୍‌ଡ୍ରିଲ୍‌ ହେବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story