ଏବେ ବି ରାଜ୍ୟସ୍ତରୀୟ କୋଭିଡ୍ କ୍ରୟ କମିଟିର ସଦସ୍ୟ ଅଛନ୍ତି ହେମନ୍ତ ଶର୍ମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟରେ ଅନିୟମିତତା ଅଭିଯୋଗ ଆସିବାପରେ ରାଜ୍ୟ ସରକାର ୧୦ଜଣ ଆଇଏଏସ ଅଫିସରଙ୍କୁ ଅଚାନକ ଦାୟିତ୍ୱମୁକ୍ତ କରିବାକୁ ନେଇ ସାଧାରଣରେ ନାନାଦି ପ୍ରଶ୍ନ ଉଠିଛି। କୋଭିଡ୍ ପରିଚାଳନା ସହ ଜଡ଼ିତ ଆଇଏଏସ ଅଫିସରମାନଙ୍କ ଉପରେ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ ପରୋକ୍ଷରେ ଏହି ଅନିୟମିତତା ଅଭିଯୋଗକୁ ପ୍ରମାଣିତ କରୁଥିବାବେଳେ ସରକାରୀସ୍ତରରେ ଏଥିରେ ତାଳିପକା ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଜୁନ୍ ୧ତାରିଖରେ […]

hemant-sharma

hemant-sharma

Manoranjan Sial
  • Published: Saturday, 06 June 2020
  • Updated: 06 June 2020, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟରେ ଅନିୟମିତତା ଅଭିଯୋଗ ଆସିବାପରେ ରାଜ୍ୟ ସରକାର ୧୦ଜଣ ଆଇଏଏସ ଅଫିସରଙ୍କୁ ଅଚାନକ ଦାୟିତ୍ୱମୁକ୍ତ କରିବାକୁ ନେଇ ସାଧାରଣରେ ନାନାଦି ପ୍ରଶ୍ନ ଉଠିଛି। କୋଭିଡ୍ ପରିଚାଳନା ସହ ଜଡ଼ିତ ଆଇଏଏସ ଅଫିସରମାନଙ୍କ ଉପରେ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ ପରୋକ୍ଷରେ ଏହି ଅନିୟମିତତା ଅଭିଯୋଗକୁ ପ୍ରମାଣିତ କରୁଥିବାବେଳେ ସରକାରୀସ୍ତରରେ ଏଥିରେ ତାଳିପକା ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଜୁନ୍ ୧ତାରିଖରେ କୋଭିଡ୍ ସାମଗ୍ରୀ କ୍ରୟ ଦାୟିତ୍ୱରୁ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ହଟାଯାଇଥିଲେ ମଧ୍ୟ ସେ କୋଭିଡ୍ ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଚ୍ଚ ୨୧ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟି ଗଠନ କରିଥିଲେ । କମିଟିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଧ୍ୟକ୍ଷ ଥିବାବେଳେ ଅର୍ଥ ସଚିବ, ଶିଳ୍ପ ସଚିବ(ହେମନ୍ତ ଶର୍ମା), ଏନଏଚଏମ ପରିଚାଳନା ନିର୍ଦ୍ଦେଶକ, ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ, ଡିଏମଇଟି ନିର୍ଦ୍ଦେଶକ, ଡିପିଏଚ୍ ନିର୍ଦ୍ଦେଶକ, ଡିଏଚଏସ୍ ନିର୍ଦ୍ଦେଶକଙ୍କୁ ସଦସ୍ୟ ରଖିଥିବାବେଳେ ସ୍ୱାସ୍ଥ୍ୟ ପରିବାର ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହି କମିଟି ସମସ୍ତ ପ୍ରକାରର ଜରୁରୀକାଳୀନ ଔଷଧ,ଉପକରଣ, କମ୍ପ୍ୟୁଟର, ଓ ସାମଗ୍ରୀ କ୍ରୟ କରିପାରିବା ନେଇ ନିଷ୍ପତ୍ତି ନେଇପାରିବ। କୌଣସି ଆର୍ଥିକ ସୀମା ନଥାଇ ଏହି କମିଟି ସମସ୍ତ ପ୍ରକାରର ସାମଗ୍ରୀ କ୍ରୟ କରିପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସୂଚନା ଅନୁସାରେ ଏହି କମିଟି ଏବେବି ବଳବତ୍ତର ରହିଛି।

ତେବେ ରାଜ୍ୟ ସରକାର ଗତ ଜୁନ୍ ୧ତାରିଖରେ ଯେଉଁ ନିର୍ଦ୍ଦେଶନାମା ବଳରେ ଆଇଏଏସ ହେମନ୍ତ ଶର୍ମାଙ୍କୁ କୋଭିଡ୍ ସାମଗ୍ରୀ କିଣା ଦାୟିତ୍ୱରୁ ମୁକ୍ତ କରିଛନ୍ତି ସେହି ନିର୍ଦ୍ଦେଶ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ବିଭାଗ ମାର୍ଚ୍ଚ ୨୧ତାରିଖରେ ବିଜ୍ଞପ୍ତି ଜାରି କରି ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିରେ ଶ୍ରୀ ଶର୍ମାଙ୍କୁ ସାମିଲ କରିବା ପରେ ସାଧାରଣ ପ୍ରଶାସନ ବିଭାଗ ମାର୍ଚ୍ଚ ୨୩ତାରିଖରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ଶ୍ରୀ ଶର୍ମାଙ୍କୁ କୋଭିଡ୍ ସାମଗ୍ରୀ ଯଥା ଅତ୍ୟାବଶ୍ୟକ ଔଷଧ, ପିପିଇ ଓ ମାସ୍କର ଉପଲବ୍ଧତା ଯାଞ୍ଚ କାର୍ଯ୍ୟରେ ସ୍ୱାସ୍ଥ୍ୟ ସଚିବଙ୍କୁ ସହାୟତା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ନିର୍ଦ୍ଦେଶକୁ ସାଧାରଣ ପ୍ରଶାସନ ବିଭାଗ ଜୁନ୍ ୧ତାରିଖରେ ରଦ୍ଦ କରିଥିଲା।

ତେଣୁ ଏଥିରୁ ସ୍ପଷ୍ଟ ଯେ, କୋଭିଡ୍ ପରିଚାଳନା ପାଇଁ ଯେକୌଣସି ସାମଗ୍ରୀ କ୍ରୟ କରାଯିବ ତାହା ଶ୍ରୀ ଶର୍ମା ସଦସ୍ୟ ଥିବା ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟି ମାଧ୍ୟମରେ ହିଁ କିଣାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos