ରାଜଧାନୀରେ ହାଇ ବଜେଟ ଦୁର୍ଗାପୂଜା, ପ୍ରତି ମଣ୍ଡପ ସଜେଇବାରେ ୩୦ରୁ ୫୦ ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ହାଇ ବଜେଟ ଦୁର୍ଗାପୂଜା। ମା’ଙ୍କ ଧରାବତରଣ ପାଇଁ କାହିଁ କେତେ ଆୟୋଜନ। ୨ ବର୍ଷ କୋଭିଡ କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ତେଣୁ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ହେଉଛି ପୂଜା। ତିଆରି ହୋଇଛି ସୁଉଚ୍ଚ ତୋରଣ। ଲାଗିଛି ରଙ୍ଗୀନ ଓ ଅତ୍ୟାଧୁନିକ ଆଲୋକମାଳା। ତାହା ସାଙ୍ଗକୁ ନାମିଦାମୀ କଳାକାରଙ୍କୁ ନେଇ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଭକ୍ତ ଓ ରାଜଧାନୀବାସୀଙ୍କୁ ଆକର୍ଷିତ କରି ଆଣୁଛି ଏହି ତୋରଣ। ପୂଜା […]

baramunda

baramunda

Niranjan Mishra
  • Published: Tuesday, 04 October 2022
  • Updated: 04 October 2022, 02:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ହାଇ ବଜେଟ ଦୁର୍ଗାପୂଜା। ମା’ଙ୍କ ଧରାବତରଣ ପାଇଁ କାହିଁ କେତେ ଆୟୋଜନ। ୨ ବର୍ଷ କୋଭିଡ କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ତେଣୁ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ହେଉଛି ପୂଜା। ତିଆରି ହୋଇଛି ସୁଉଚ୍ଚ ତୋରଣ। ଲାଗିଛି ରଙ୍ଗୀନ ଓ ଅତ୍ୟାଧୁନିକ ଆଲୋକମାଳା। ତାହା ସାଙ୍ଗକୁ ନାମିଦାମୀ କଳାକାରଙ୍କୁ ନେଇ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଭକ୍ତ ଓ ରାଜଧାନୀବାସୀଙ୍କୁ ଆକର୍ଷିତ କରି ଆଣୁଛି ଏହି ତୋରଣ। ପୂଜା ପେଣ୍ଡାଲକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ ବି ପାଣି ଭଳି ଖର୍ଚ୍ଚ କରିଛନ୍ତି ଅର୍ଥ। ଦୂରଦୂରାନ୍ତ ଭକ୍ତଙ୍କ ଦାନ ଓ ଚାନ୍ଦାରୁ ଆଦାୟ ପାଣ୍ଠିରେ ଏଭଳି ଆୟୋଜନ ହୋଇପାରୁଥିବା କହୁଛନ୍ତି ଆୟୋଜକ।

ରାଜଧାନୀର ଝାରପଡ଼ା ଦୁର୍ଗାପୂଜା ସମିତିର ପୂଜାମଣ୍ଡପ ନୀଳରଙ୍ଗର ମହଲ ଶ୍ରଦ୍ଧାଳୁଙ୍କୁ ଆକର୍ଷଣ କରୁଛି। ଏହା ଋଷିଆର ଷ୍ଟେଟ ହେରିଟେଜ ମ୍ୟୁଜିୟମ ଭଳି ନିର୍ମାଣ କରାଯାଇଛି। ଏଠାରେ ସୁଉଚ୍ଚ ତୋରଣ, ପେଣ୍ଡାଲ ନିର୍ମାଣ ସାଙ୍ଗକୁ ସନ୍ଧ୍ୟାରେ ମେଲୋଡି ହେଉଛି। ଏ ବାବଦରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ଆୟୋଜକ ଝାରପଡ଼ା ଦୁର୍ଗାପୂଜା ସମିତି ସମ୍ପାଦକ ଧରଣୀଧର ଜେନା।

ସେହିଭଳି ଶ୍ରଦ୍ଧାଳୁଙ୍କ ଅନ୍ୟତମ ଆକର୍ଷଣ ହୋଇଛି ରସୁଲଗଡ ଦୁର୍ଗାପୂଜା ମଣ୍ଡପ। ଦିଲ୍ଲୀର ଅକ୍ଷରଧାମ ମଡେଲର ତୋରଣ ଏଠାରେ ହୋଇଛି। ପୂଜାମଣ୍ଡପ,  ତୋରଣ ଓ ରଙ୍ଗାରଙ୍ଗ ଲାଇଟ୍ ଲଗାଇବାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ଆୟୋଜକ। ଆଗକୁ ରାବଣ ପୋଡିର ଆୟୋଜନ କରାଯିବ ବୋଲି କମିଟି ସଦସ୍ୟ ଜାପାନୀ ରାଉତରାୟ କହିଛନ୍ତି।

[caption id="attachment_771374" align="aligncenter" width="650"] ଦିଲ୍ଲୀର ଅକ୍ଷରଧାମ ମଡେଲରରେ ରସୁଲଗଡ଼ ପୂଜା ମଣ୍ଡପ ତୋରଣ।[/caption]

ସେହିପରି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରକୁ ଚଳିତ ବର୍ଷ ନୂଆ ଲୁକ୍ ଦିଆଯାଇଛି। କଲିକତା ଓ ଓଡ଼ିଆ କାରିଗରଙ୍କୁ ନେଇ ହୋଇଛି ଏହି ବିଶାଳ ତୋରଣ ଏବଂ ପୂଜା ପେଣ୍ଡାଲ। ଦୁର୍ଗା ମା’ ଭଳି ନିଜ ମା’କୁ ମଧ୍ୟ ସମ୍ମାନ ଓ ଭଲ ପାଇବା ଦେବାର ବାର୍ତ୍ତା ବଣ୍ଟନ କରି ବୃଦ୍ଧ ଆଶ୍ରାମ ଭଳି ତୋରଣକୁ ରୂପ ଦିଆଯାଇଛି। ଯେଉଁଥିରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ନୟାପଲ୍ଲୀ ପୂଜା କମିଟିର ଉପଦେଷ୍ଟା ଦିଲ୍ଲୀପ ମହାନ୍ତି।

[caption id="attachment_771375" align="aligncenter" width="650"] ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପର ତୋରଣ।[/caption]

ସେହିଭଳି ଜୋଧପୁର ପ୍ୟାଲେସ ଭଳି ତୋରଣ କରିଛି ବରମୁଣ୍ଡା ପୂଜା କମିଟି। ଏଠାରେ ମୂର୍ତ୍ତି ନିର୍ମାଣ, ସାଜସଜ୍ଜା, ମେଲୋଡି, ତୋରଣକୁ ମିଶାଇ ଖର୍ଚ୍ଚ ୩୫ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ପ୍ରତିବର୍ଷ ଭଳି ରାବଣ ପୋଡିର ଆୟୋଜନ କରାଯାଉଥିବା କହିଛନ୍ତି ବରମୁଣ୍ଡା ପୂଜା କମିଟି ସମ୍ପାଦକ ନରେନ୍ଦ୍ର ସାହୁ।

[caption id="attachment_771376" align="aligncenter" width="650"] ସହିଦ୍‌ନଗର ପୂଜା ମଣ୍ଡପ ତୋରଣ।[/caption]

ସେହିପରି କମ୍ ବଜେଟରେ ମଧ୍ୟ ଅନେକ ପୂଜା ମଣ୍ଡପ ଦୁର୍ଗାପୂଜା ପାଳନ କରୁଛି। ସେମାନଙ୍କ କହିବା କଥା କୋଭିଡ ପାଇଁ ବ୍ୟବସାୟ କମଥିଲା। ତେଣୁ କମ ବଜେଟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story