ମାତିଛନ୍ତି ହାଇଟେକ୍ ଚୋର, ମୁହଁରେ କପଡ଼ା ବାନ୍ଧି ଲୁଟ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରି ସହରରେ ମାତିଛନ୍ତି ହାଇଟେକ୍‌ ଚୋର। ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂର  ଜାତୀୟ ରାଜପଥ କଡ଼ରେ ଥିବା ଏକ ବିଦ୍ୟୁତ୍‌ ସରଞ୍ଜାମ ଦୋକାନ ଭିତରେ ଅତି ଚତୁରତାର ସହ ହାତ ସଫେଇ କରିଛନ୍ତି ହାଇଟେକ୍‌ ଚୋର। ଏହି ଘଟଣା ଗତ ରବିବାର ରାତିରେ ହୋଇଥିବା ଜଣାପଡ଼ିଛି। ତେବେ ଏହାର ଚିତ୍ର ସିସିଟିଭିରେ କଏଦ ହୋଇଛି। ଜଣେ ଚୋର ମୁହଁରେ କପଡ଼ା ବାନ୍ଧି ସଟର ତାଲା  କାଟି ଦୋକାନ ଭିତରକୁ ପଶିଥିଲା।  […]

malkangiri

malkangiri

Jyoshna Pradhan
  • Published: Tuesday, 20 August 2019
  • Updated: 20 August 2019, 02:01 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରି ସହରରେ ମାତିଛନ୍ତି ହାଇଟେକ୍‌ ଚୋର। ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂର  ଜାତୀୟ ରାଜପଥ କଡ଼ରେ ଥିବା ଏକ ବିଦ୍ୟୁତ୍‌ ସରଞ୍ଜାମ ଦୋକାନ ଭିତରେ ଅତି ଚତୁରତାର ସହ ହାତ ସଫେଇ କରିଛନ୍ତି ହାଇଟେକ୍‌ ଚୋର। ଏହି ଘଟଣା ଗତ ରବିବାର ରାତିରେ ହୋଇଥିବା ଜଣାପଡ଼ିଛି। ତେବେ ଏହାର ଚିତ୍ର ସିସିଟିଭିରେ କଏଦ ହୋଇଛି।

ଜଣେ ଚୋର ମୁହଁରେ କପଡ଼ା ବାନ୍ଧି ସଟର ତାଲା  କାଟି ଦୋକାନ ଭିତରକୁ ପଶିଥିଲା।  ଏହାପରେ କ୍ୟାସ୍ ବାକ୍ସରୁ ୫୦,୦୦୦ ଟଙ୍କା ନେଇ ନେଇଯାଇଥିଲା। ଏନେଇ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ସିସିଟିଭି ଫୁଟେଜ୍‌ ଆଧାର କରି ଖୋଳତାଡ଼ ଆରମ୍ଭ କରିଛି।

ସେହିପରି ଗତକିଛି ଦିନ ତଳେ ଏକ ସପିଂ ମଲରେ ମୁହଁରେ କପଡ଼ା ବାନ୍ଧି ଏପରି ହାଇଟେକ୍‌ ଉପାୟରେ ଚୋରି ହୋଇଥିଲେ ମଧ୍ୟ  ପୁଲିସ୍‌ ଏପର୍ଯ୍ୟନ୍ତ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos