ମାଟି ଅତଡ଼ା ଧସି କୋରାପୁଟ-ବୋରିଗୁମ୍ମା ଠପ୍‌

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯିବାଆସିବା ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ରାସ୍ତା ଉପରୁ ମାଟି କାଢ଼ିବା ଆରମ୍ଭ କରିଛି। […]

hill-collapse-in-koraput-district

hill-collapse-in-koraput-district

Manoranjan Sial
  • Published: Tuesday, 03 September 2019
  • Updated: 03 September 2019, 04:42 PM IST

Sports

Latest News

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯିବାଆସିବା ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ରାସ୍ତା ଉପରୁ ମାଟି କାଢ଼ିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସରିନାହିଁ। ଜିଲ୍ଲା ପ୍ରଶାସନ ଦୁଇଟି ଜେସିପି ମଧ୍ୟମରେ ରାସ୍ତାରୁ ମାଟି ସ ପଥର ଉଠାଉଛି।

ଆଗକୁ ଆହୁରି ବର୍ଷା ହେଲେ ସ୍ଥିତି ସଙ୍ଗୀନ ହେବ। ପାହାଡ଼ରୁ ମାଟି ଓ ପଥର ଖସିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ ସମୁଦାୟ ୬୪୭.୪ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos