ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଅନୁଗୋଳ( ଓଡ଼ିଶା ରିପୋର୍ଟର): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ପୂରା ଅଞ୍ଚଳ ଉତ୍ସବ ମୁଖର। ମା’ଙ୍କ ଆଶିଷ ପାଇବା ପାଇଁ ହିଙ୍ଗୁଳାଙ୍କ ପୀଠରେ ଭକ୍ତଙ୍କ ବହୁତ ସମାଗମ ହେଉଛି। ଏଠାକାର ବୈଶିଷ୍ଟ୍ୟ ହେଉଛି,ଶ୍ରଦ୍ଧାଳୁମାନେ ପୂଜକଙ୍କ ବିନା ନିଜେ ନୈବେଦ୍ୟ ଅର୍ପଣ କରିବାର ସୁଯୋଗ ପାଆନ୍ତି। ବିଶ୍ୱାସ ରହିଛି, ମା’ଙ୍କ ଉତ୍ତାପ ଶରୀରରେ ବାଜିଲେ ରୋଗ ଦୂର ହୋଇଯାଏ। ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶୀତୁଳା ପର୍ବରେ ଏପ୍ରିଲ ୭ ତାରିଖରେ ଶେଷ ହେବ।</p> <p>ମାଆଙ୍କ ଯାତ୍ରା ସହିତ ଗତକାଲିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ଲୋକ ମହୋତ୍ସବ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି।</p> <p>&nbsp;</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।