ହୀରାକୁଦରେ ୧୨ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ୱଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ହୀରାକୁଦ ଜଳ ଭଣ୍ଡାରର ଆଉ ୧୨ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ଡ୍ୟାମରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏ ନେଇ ହୀରାକୁଦ ଜଳଭଣ୍ଡାରର ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳପତ୍ତନ ୬୦୮ ଫୁଟରେ ପହଞ୍ଚିଛି। ଡ୍ୟାମ ମଧ୍ୟକୁ  ୧ଲକ୍ଷ  ୭୭ ହଜାର ୫୫୬ ଘନଫୁଟ ଜଳ ପ୍ରବେଶ କରୁଛି। ସ୍ଲୁଇସ ଗେଟ, ପାୱାର ଚ୍ୟାନେଲ  ଓ କେନାଲ ମଧ୍ୟ […]

dam

dam

Rakesh Mallick
  • Published: Monday, 03 August 2015
  • Updated: 03 August 2015, 11:14 AM IST

Sports

Latest News

ସମ୍ୱଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ହୀରାକୁଦ ଜଳ ଭଣ୍ଡାରର ଆଉ ୧୨ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ଡ୍ୟାମରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏ ନେଇ ହୀରାକୁଦ ଜଳଭଣ୍ଡାରର ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳପତ୍ତନ ୬୦୮ ଫୁଟରେ ପହଞ୍ଚିଛି। ଡ୍ୟାମ ମଧ୍ୟକୁ  ୧ଲକ୍ଷ  ୭୭ ହଜାର ୫୫୬ ଘନଫୁଟ ଜଳ ପ୍ରବେଶ କରୁଛି। ସ୍ଲୁଇସ ଗେଟ, ପାୱାର ଚ୍ୟାନେଲ  ଓ କେନାଲ ମଧ୍ୟ ଦେଇ ସେକେଣ୍ଡକୁ ୧ ଲକ୍ଷ ୧୦ ହଜାର ୮୧୧ ଘନଫୁଟ ଜଳ ନିଷ୍କାଷିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଡ୍ୟାମର ଉପର ମୁଣ୍ଡରେ ହାରାହାରି ୫୧. ୧୪ ମିଲିମିଟର ବର୍ଷା ଓ ତଳ ମୁଣ୍ଡରେ ୧୮.୧୬ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ ଯୋଗୁଁ ରେଙ୍ଗଲି ଡ୍ୟାମରେ ଆଜି ଆଉ ଗୋଟିଏ ଗେଟ ଖୋଲାଯାଇଛି। ବର୍ତ୍ତମାନ ରେଙ୍ଗଲି ଡ୍ୟାମର ଦୁଇଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos