କୋର୍ଟ ଭିତରେ କାନ୍ଦିଲେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ? ବଡ଼ବଡ଼ଇାଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା? କାରଣ ଯେତେଥର ତାଙ୍କୁ କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା। ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି କମିଶନରେଟ୍‌ ପୁଲିସ୍‌। ଦିନେ ମିଡ଼ିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି କୋର୍ଟ ଭିତରେ କାନ୍ଦିଲେ। ଆଜି ମଧ୍ୟାହ୍ନରେ ଅର୍ଚ୍ଚନାଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ […]

Archana-Nag

Archana-Nag

Manoranjan Sial
  • Published: Monday, 05 December 2022
  • Updated: 05 December 2022, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ? ବଡ଼ବଡ଼ଇାଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା? କାରଣ ଯେତେଥର ତାଙ୍କୁ କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା। ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି କମିଶନରେଟ୍‌ ପୁଲିସ୍‌। ଦିନେ ମିଡ଼ିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି କୋର୍ଟ ଭିତରେ କାନ୍ଦିଲେ।

ଆଜି ମଧ୍ୟାହ୍ନରେ ଅର୍ଚ୍ଚନାଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଇଡିର ପ୍ରଡ଼କ୍ସନ ପିଟିସନ୍‌ ଫାଇଲ୍‌ ଆଧାରରେ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ପ୍ରଡ଼କ୍ସନ ବେଳେ କୋର୍ଟ ଭିତରେ କାନ୍ଦିଥିଲେ ଅର୍ଚ୍ଚନା। ମୋତେ କିଛି କହିବା ପାଇଁ ସୁଯୋଗ ଦିଆଯାଉ ବୋଲି ବିଚାରପତିଙ୍କୁ ନିବେଦନ କରିଥିଲେ। କିନ୍ତୁ ବିଚାରପତି କହିଥିଲେ, ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କହିବେ। ଏହାପରେ କୋର୍ଟରୁ ବାହାରିଲେ ଅର୍ଚ୍ଚନା।

ଝାରପଡ଼ା ଜେଲକୁ ଯିବା ବେଳେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲେ, ମୋ’ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଚାଲାଣ କରାଗଲା। ମୋତେ ଆରବିଟାରିଲି ଆରେଷ୍ଟ କରାଯାଇଥିଲା। ମୋ’ ପରିବାରକୁ ନଜରବନ୍ଦୀ ରଖାଯାଇଥିଲା। ଫଳରେ କ’ଣ ସବୁ ଘଟୁଛି, ୬ଦିନ ଯାଏଁ କିଛି ଜାଣିପାରିଲିନି। ହନିଟ୍ରାପ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ସମେତ ଅନ୍ୟ ବଡ଼ବଡ଼ଇାଙ୍କୁ ସୋ’ କଲ୍‌ଡ ପୀଡ଼ିତ ବୋଲି କହିବା ସହ ସେମାନେ କାହିଁକି ଲୁଚିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଅର୍ଚ୍ଚନା। କାହିଁକି ଆପଣମାନଙ୍କୁ ସାମ୍ନା କରୁନାହାଁନ୍ତି ବୋଲି ଅର୍ଚ୍ଚନା ଗଣମାଧ୍ୟମ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ। ସବୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ କହିଥିଲେ।

ତେବେ ମିଡ଼ିଆ ସାମ୍ନାରେ ଅର୍ଚ୍ଚନା ଗରଗର ହେବା ପଛର କାରଣ କଣ? ପୂର୍ବରୁ ମିଡିଆକୁ ପାଠ ପଢ଼ାଇଥିବା ଅର୍ଚ୍ଚନା ଆଜି ପୁଲିସ ବିରୋଧରେ ବର୍ଷିଲେ କାହିଁକି? ପୁଲିସର ତରବରିଆ ଗିରଫଦାରୀ ପଛରେ ରହିଛି କି କିଛି ରହସ୍ୟ? ଘଟଣା ପଛର ସତ ଓ ବଡ଼ବଡ଼ଇାଙ୍କ ଲିଙ୍କ କହିବାକୁ ଚାହୁଁଛି କି ଅର୍ଚ୍ଚନା? ହନିଟ୍ରାପ୍‌ରେ ସିଣ୍ଡିକେଟ୍‌ର ଅର୍ଚ୍ଚନା ବନିଯାଇନି ତ ମୋହରା? ଯଦି ହଁ, ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍‌ ପଛର ଷଡ଼ଯନ୍ତ୍ରକାରୀ ସବୁ କିଏ? ଏବେ ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି।

ବ୍ଲାକମେଲିଂ, ହନିଟ୍ରାପ୍‌, ଅର୍ଥ କାରବାର ମାମଲାରେ ଇତିମଧ୍ୟରେ ଶ୍ରଦ୍ଧାଞ୍ଜଳି ସହ ବିଜନେସ୍‌ ପାର୍ଟନର୍ ଖଗେଶ୍ୱର ପାତ୍ର, ଡ୍ରାଇଭର ଚନ୍ଦନ, ବ୍ୟବସାୟୀ, ପ୍ରଯୋଜକଙ୍କୁ ଜେରା କରିସାରିଥିଲା ଇଡ଼ି। ସେମାନଙ୍କ ତଥ୍ୟ ଆଧାରରେ ରିମାଣ୍ଡରେ ଆଣି ଅର୍ଚ୍ଚନାଠୁ ସତ ଉଗାଳିବ ଇଡ଼ି। ସେଥିପାଇଁ ଆଜି କୋର୍ଟରେ ଇଡ଼ି ୧୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଏହାର ଶୁଣାଣି କରି କୋର୍ଟ ୭ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ଏହି ଅନୁମତି ଆଧାରରେ ମଙ୍ଗଳବାରଠାରୁ ୧୨ ତାରିଖ ଯାଏଁ ଅର୍ଚ୍ଚନାକୁ ଇଡ଼ି ରିମାଣ୍ଡରେ ନେବ। ସେପଟେ ଇଡ଼ି ଫାଇଲରେ ଅଭିଯୁକ୍ତ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଆସନ୍ତା ୭ ତାରିଖରେ କୋର୍ଟରେ ହାଜର ହେବ। ତାକୁ ମଧ୍ୟ ରିମାଣ୍ଡରେ ନେଇପାରେ ଇଡ଼ି। କୋର୍ଟଙ୍କ ଅନୁମତି ମିଳିଲେ ନାଗ-ଚାନ୍ଦ ଦମ୍ପତିଙ୍କ ଇଡ଼ି ସାମ୍ନାସାମ୍ନି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story