ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା 'ହର୍ସ-ଶୁ କ୍ରାବ୍‌ ଫୋରମ୍‌'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହର୍ସ-ଶୁ କ୍ରାବ୍‌’ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ। ବିଶ୍ୱର ସର୍ବ ପୁରାତନ ଜୀବାସ୍ମ ଭାବେ ବିବେଚିତ ଏହି ଜୀବର ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ସଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ରଙ୍ଗ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ଜୀବକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ। ଏମାନେ ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତର ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର […]

horsocrifa

horsocrifa

Manoranjan Sial
  • Published: Tuesday, 20 August 2019
  • Updated: 21 August 2019, 08:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 'ହର୍ସ-ଶୁ କ୍ରାବ୍‌' ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ। ବିଶ୍ୱର ସର୍ବ ପୁରାତନ ଜୀବାସ୍ମ ଭାବେ ବିବେଚିତ ଏହି ଜୀବର ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ସଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ରଙ୍ଗ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ଜୀବକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ। ଏମାନେ ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତର ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ବାହାବଳପୁର, ବଳରାମଗଡ଼ି ଓ ବାରହଜାରିଆ ବେଳାଭୂମି ସୁରକ୍ଷିତ ଥିବାରୁ ସେଠାରେ ସବୁଠାରୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳନ୍ତି। ହେଲେ ଏମାନଙ୍କ ଜୀବନ ଏବେ ବିପଦରେ। ମାଛଧରା ଜାଲରେ ଛନ୍ଦି ହୋଇ ଏମାନଙ୍କ ଜୀବନ ଯାଉଛି। ତେଣୁ ଏହି ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। କେତେବେଳେ ସ୍କୁଲ, କଲେଜରେ ଚିତ୍ରାଙ୍କନ ପ୍ରତିଯୋଗିତା ତ ଆଉ କେତେବେଳେ ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ଜରିଆରେ ସଚେତନତାର ପ୍ରସାର କରାଯାଉଛି।

ଏବେ ଆଉ ଏକ ପାଦ ଆଗକୁ ଯାଇଛି ବାଲେଶ୍ୱର 'ହର୍ସ-ଶୁ କ୍ରାବ୍‌ ଫୋରମ'। ଆଗାମୀ ଗଣେଶ ପୂଜାରେ ବାଲେଶ୍ୱର ଜିଲ୍ଲାରେ ଯେଉଁ ପୂଜା କମିଟି ନୀଳରକ୍ତ କଙ୍କଡ଼ା ଉପରେ ଆଧାରିତ ମୂର୍ତ୍ତି କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଫୋରମ ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମାରେ ଫୋରମର କର୍ମକର୍ତ୍ତା ସାରର୍ଥା ଗାଁକୁ ଯାଇଥିଲେ। ସେଠାରେ ଲୁଣା ଜଙ୍ଗଲକୁ ଦେଖିବା ସହିତ ବସବାସ କରୁଥିବା ମତ୍ସ୍ୟଜୀବୀଙ୍କ ହାତରେ ରାକ୍ଷୀ ବାନ୍ଧି ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଶପଥପାଠ କରାଇଥିଲେ। ଏହାପରେ ମତ୍ସ୍ୟଜୀବୀମାନେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ବଂଶୀ ବଜାରରେ ଏକ ସଭା ଆୟୋଜିତ ହୋଇଥିଲା। ବଂଶୀ ଯୁବ କମିଟିର ସଭାପତି ବରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଫକୀର ମୋହର ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ବିଷ୍ଣୁ ପ୍ରସାଦ ଦାଶ, ମୁଖ୍ୟବକ୍ତା ଭାବେ ଅମର୍ଦ୍ଦା ସିଦ୍ଧେଶ୍ୱର ମହାବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଡକ୍ଟର ସିଦ୍ଧାର୍ଥ ପତି  ଓ କେଶୁ ଦାସ ପ୍ରମୁଖ ଯୋଗଦେଇ ନୀଳରକ୍ତ କଙ୍କଡ଼ା ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ନୀଳରକ୍ତ କଙ୍କଡ଼ାର ରକ୍ତରୁ ତିଆରି ହେଉଛି ଲାଲ ଟେଷ୍ଟ କିଟ୍‌ (lal test kit)। ୧୯୬୪ ମସିହାର ଆମେରିକାର ବିଶିଷ୍ଟ ବୈଜ୍ଞାନିକ ଲେଭି ଆଣ୍ଡ ମେଙ୍ଗ ଏହି କିଟ୍‌ ବାହାର କରିଥିଲେ। ଏହି କିଟ୍‌ ମାଧ୍ୟମରେ ଔଷଧର ନମୂନା ପରୀକ୍ଷା କରାଯାଏ। ପୂର୍ବରୁ ଔଷଧର ନମୂନା ଠେକୁଆ କାନରେ ପକାଇ ପରୀକ୍ଷା କରାଯାଉଥିଲା। ଏହା ଦ୍ୱାରା ବହୁ ସଂଖ୍ୟକ ଠେକୁଆଙ୍କ ମୃତ୍ୟୁ ହେଲା। ସେଥିପାଇଁ ଏହାର ବିକଳ୍ପ ଭାବେ ଲାଲ୍‌ ଟେଷ୍ଟ୍‌ କିଟ୍‌ ବାହାର କରାଯାଇଥିଲା। ଏହି କିଟ୍‌ ମାଧ୍ୟମରେ ଅତି ସହଜରେ ଔଷଧର ନମୂନା ପରୀକ୍ଷା କରାଯାଉଛି। ଏହାଛଡ଼ା ଏହି କଙ୍କଡ଼ାରେ ଏକ ପ୍ରୋଟିନ୍‌ ଆବିଷ୍କାର କରାଯାଇଛି, ଯାହା ମଣିଷ ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ପୂରଣ କରିଥାଏ। ଏହାଛଡ଼ା ଡାକ୍ତର ସି.ହୁରିଆନା ହୋମିଓପାଥିକ ଚିକିତ୍ସାରେ ଲିମୁଲୁସନରୁ ନିର୍ମିତ ଔଷଧ ତିଆରି କରିଛନ୍ତି। ଯାହା ନୀଳରକ୍ତ କଙ୍କଡ଼ାର ହିମୋଲିମ୍ପରୁ ତିଆରି ହୋଇଥାଏ। ଏହା ମାନସିକ କ୍ଲାନ୍ତି, ହଜମ ଜନିତ ସମସ୍ୟା ଓ ହଇଜା ଆଦି ଚିକିତ୍ସାରେ ପ୍ରୟୋଗ ହୋଇପାରୁଛି। ଡାଇବେଟିସ୍‌ ରୋଗର ଚିକିତ୍ସା ପାଇଁ ଏବେ ଏହି କଙ୍କଡ଼ା ଉପରେ ରିସର୍ଚ୍ଚ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story