କେବେ ଫେରିବ ପୁରୁଣା ଦିନ ?

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ମାସେ ହେଲାଣି। ରାଜ୍ୟର ଶହ ଶହ ହୋଟେଲରେ ତାଲା ଝୁଲୁଛି। ପ୍ରାୟ ବର୍ଷେ ତଳେ ପ୍ରଳୟଙ୍କରୀ ବାତ୍ୟା ଫୋନି ମାଡ଼ରେ କ୍ଷତିଗ୍ରସ୍ତ ହୋଇ ମୁଣ୍ଡ ଟେକିବାକୁ ଚେଷ୍ଟା କଲା ବେଳକୁ ପୁଣିଥରେ ଧରାଶାୟୀ କରିଛି ମହାମାରୀ କରୋନା। ଲକ୍‌ଡାଉନ୍ ପରଠୁ ଜିରୋ ପ୍ରଫିଟରେ ଚାଲିଛି ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱ ଅଙ୍ଗ କୁହାଯାଉଥିବା ହୋଟେଲ୍।  ଆଗକୁ କଣ ହେବ ହୋଟେଲ୍ ବ୍ୟବସାୟର ଭାଗ୍ୟ ? ତାକୁ ନେଇ ଆଶଙ୍କା ଉପୁଜିଥିବାବେଳେ ସରକାରଙ୍କ ସହାୟତାକୁ ଭରସା କରିଛନ୍ତି […]

7890

7890

Tapas Behera
  • Published: Thursday, 16 April 2020
  • Updated: 16 April 2020, 08:18 PM IST

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ମାସେ ହେଲାଣି। ରାଜ୍ୟର ଶହ ଶହ ହୋଟେଲରେ ତାଲା ଝୁଲୁଛି। ପ୍ରାୟ ବର୍ଷେ ତଳେ ପ୍ରଳୟଙ୍କରୀ ବାତ୍ୟା ଫୋନି ମାଡ଼ରେ କ୍ଷତିଗ୍ରସ୍ତ ହୋଇ ମୁଣ୍ଡ ଟେକିବାକୁ ଚେଷ୍ଟା କଲା ବେଳକୁ ପୁଣିଥରେ ଧରାଶାୟୀ କରିଛି ମହାମାରୀ କରୋନା। ଲକ୍‌ଡାଉନ୍ ପରଠୁ ଜିରୋ ପ୍ରଫିଟରେ ଚାଲିଛି ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱ ଅଙ୍ଗ କୁହାଯାଉଥିବା ହୋଟେଲ୍।  ଆଗକୁ କଣ ହେବ ହୋଟେଲ୍ ବ୍ୟବସାୟର ଭାଗ୍ୟ ? ତାକୁ ନେଇ ଆଶଙ୍କା ଉପୁଜିଥିବାବେଳେ ସରକାରଙ୍କ ସହାୟତାକୁ ଭରସା କରିଛନ୍ତି ହୋଟେଲ ବ୍ୟବସାୟୀ ।

ପର୍ଯ୍ୟଟନ କ୍ଷେତ୍ର ପୁରୀ ଏବେ ଖାଁ ଖାଁ । ଦିନେ ଯେଉଁ ପର୍ଯ୍ୟଟକଙ୍କ ଗହଳି ଚହଳିରେ ଚଳଚଞ୍ଚଳ ଥିଲା ହୋଟେଲ୍ ସେଠି ଏବେ ନିରବତା। ସାଧାରଣ ହୋଟେଲରୁ ଫାଇଭ୍ ଷ୍ଟାର୍ ହୋଟେଲ୍ ଯାଏଁ ସବୁଛି କାଳ ସାଜିଛି କରୋନା।  ପ୍ରାୟ ମାସେ ହୋଇଗଲାଣି, କରୋନା କଟକଣା ଏବଂ ଲକ୍ଉନ୍ ପାଇଁ ବନ୍ଦ ରହିଛି ହୋଟେଲ୍ । ପର୍ଯ୍ୟଟନ କ୍ଷେତ୍ରରେ ସ୍ୱର୍ଣ୍ଣ  ତ୍ରିଭୂଜ କୁହାଯାଉଥିବା ପୁରୀ, କୋଣାର୍କ, ଭୁବନେଶ୍ୱର କଥା କୁହନ୍ତୁ କି ରାଜ୍ୟର ଯେକୌଣସି ଇଲାକାର ହୋଟେଲ୍ କିମ୍ବା ରିସୋର୍ଟ କଥାହେଉ। କର୍ମଚାରୀ ଅଛନ୍ତି। କିନ୍ତୁ ହାତବାନ୍ଧି ବସିଛନ୍ତି । ହେଲେ କେବେ ଫେରିବ ପୂର୍ବାବସ୍ଥାକୁ, ସେ ଉତ୍ତର କାହା ପାଖରେ ନାହିଁ। ୨୦୧୯ ମେରେ ଭୟଙ୍କର ତାଣ୍ଡବ ରଚି ଫନି ଉଜାଡ଼ିଦେଇଥିଲା ହୋଟେଲ୍ ଶିଳ୍ପକୁ ।

ଏହାର ବର୍ଷେ ନପୁରୁଣୁ ଏବେ ମହାବିପଦ ଆଣିଛି ମହାମାରୀ କରୋନା। ଫଳରେ ହୋଟେଲ୍ ଶିଳ୍ପ ଏବଂ ବ୍ୟବସାୟୀଙ୍କୁ ଭୀଷଣ କ୍ଷତି ସହିବାକୁ ପଡ଼ୁଛି। ତଥାପି ଆଶା ମଉଳିନି ସେମାନଙ୍କର। ମେ ୩ରେ ଯଦି ଲକଡାଉନ୍ ଉଠିଯାଏ ଏବଂ ଗମନାଗମନରେ ସୁଧାର ଆସେ ତେବେ ଆଉ ୬ ମାସ ଭିତରେ ପୁଣି ଥରେ ହୋଟେଲ୍ ଶିଳ୍ପ ଅଣ୍ଟା ଟେକି ଛିଡ଼ା ହୋଇପାରିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos