ସବ୍ୟସାଚୀଙ୍କୁ ଉପହାର ଭେଟିଦେଲା ଝାଡ଼ଖଣ୍ଡର ଏହି ହୋଟେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ରେ ପ୍ରବାସୀଙ୍କୁ ସାହାଯ୍ୟ କରି ରିଲ ହିରୋରୁ ରିଏଲ ହିରୋ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ରାଞ୍ଚିର ଏକ ନାମୀ ହୋଟେଲ ଏକ ଅନନ୍ୟ ଉପହାର ଭେଟି ଦେଇଛି। ଦେଶର କୋଭିଡ୍‌ ୱାରିଅରଙ୍କୁ ଏହି ହୋଟେଲ ସମ୍ମାନିତ କରୁଥିବା ବେଳେ ଓଡ଼ିଶାର ସବ୍ୟସାଚୀ ମିଶ୍ରଙ୍କୁ ଭୁଲି ନାହିଁ ଏହି ହୋଟେଲ। ବିଭନ୍ନ ପରିବା ଓ ଫଳରେ ସବ୍ୟସାଚୀଙ୍କ ଚିତ୍ର କରି ପ୍ରଦର୍ଶନ କରିଛି ଏହି ହୋଟେଲ। ଏହି ହୋଟେଲର ମ୍ୟନେଜର କହିଛନ୍ତି ଯେ, ସବ୍ୟସାଚୀଙ୍କୁ […]

ppp-2

ppp-2

Tapas Behera
  • Published: Saturday, 28 November 2020
  • Updated: 28 November 2020, 11:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ରେ ପ୍ରବାସୀଙ୍କୁ ସାହାଯ୍ୟ କରି ରିଲ ହିରୋରୁ ରିଏଲ ହିରୋ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ରାଞ୍ଚିର ଏକ ନାମୀ ହୋଟେଲ ଏକ ଅନନ୍ୟ ଉପହାର ଭେଟି ଦେଇଛି। ଦେଶର କୋଭିଡ୍‌ ୱାରିଅରଙ୍କୁ ଏହି ହୋଟେଲ ସମ୍ମାନିତ କରୁଥିବା ବେଳେ ଓଡ଼ିଶାର ସବ୍ୟସାଚୀ ମିଶ୍ରଙ୍କୁ ଭୁଲି ନାହିଁ ଏହି ହୋଟେଲ। ବିଭନ୍ନ ପରିବା ଓ ଫଳରେ ସବ୍ୟସାଚୀଙ୍କ ଚିତ୍ର କରି ପ୍ରଦର୍ଶନ କରିଛି ଏହି ହୋଟେଲ। ଏହି ହୋଟେଲର ମ୍ୟନେଜର କହିଛନ୍ତି ଯେ, ସବ୍ୟସାଚୀଙ୍କୁ ସମସ୍ତେ ଜାଣିଛନ୍ତି। ସେ ଓଡ଼ିଶାର ଜଣେ ସୁପରଷ୍ଟାର। କରୋନା ସମୟରେ ଅନେକ ଗରିବ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏମିତି ସଙ୍କଟ ସମୟରେ ମାନବିକତା ଦେଖାଇ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସବ୍ୟସାଚୀ। ବସ୍ ପଠାଇ ଅନେକ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି ତ’ ପୁଣି କାହା ପେଟରେ ଦାନା ଦେଇ ମହାନତା ଦେଖାଇଛନ୍ତି ସେ ।  ତାଙ୍କର ଏହି ନିଃଶ୍ୱାର୍ଥପର ସେବା ମୂଳକ କାର୍ଯ୍ୟରେ ଆମେ ମୁଗ୍ଧ ହୋଇ ଆମେ ତାଙ୍କୁ ସମ୍ମାନ ଜଣାଉଛୁ। ବିଶେଷ କରି ଝାଡ଼ଖଣ୍ଡର ଲୋକେ ସବ୍ୟସାଚୀଙ୍କ ବିଷୟରେ ଜାଣନ୍ତୁ ବୋଲି ଉଦ୍ଦେଶ୍ୟ ନେଇ ଏଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ଏହାର ଏକ ଭିଡିଓକୁ ସବ୍ୟସାଚୀ ତାଙ୍କ ଫେସବୁକ୍‌ ଆଇଡିରେ ସେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos