୩ ବର୍ଷ ପରେ ବଦଳିଛି ଦାନଙ୍କ ସ୍ଥିତି, ହେଲେ ବଦଳିନି ଗାଁ ମେଲଘରାର ଦୁର୍ଦ୍ଦଶା

ଭବାନୀପାଟଣା(ରାଜକୁମାର ସିଂଦେଓ):୨୦୧୬ ଅଗଷ୍ଟରେ ପତ୍ନୀଙ୍କ ଶବକୁ ୧୨ କିଲୋମିଟର ବାଟ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବା ଦାନ ମାଝୀ ଏବେ କେମିତି ଅଛନ୍ତି ? କେମିତି ଅଛନ୍ତି ତାଙ୍କ ପରିବାର, କେମିତି ଅଛି ତାଙ୍କ ଗାଁ ? ତିନିବର୍ଷ ତଳେ ନେତାମନ୍ତ୍ରୀ କରିଥିବା ପ୍ରତିଶ୍ରୁତିର ବର୍ଷା, କେତେ ସୁଜଳା ସୁଫଳା କରିଛି ପାହାଡ଼ି ଇଲାକାକୁ ? ଜାଣିବା ପାଇଁ ଆମେ ପହଞ୍ଚିଥିଲୁ, ଦାନମାଝୀଙ୍କ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍। ଖାଲି […]

5432

5432

Tapas Behera
  • Published: Thursday, 21 November 2019
  • Updated: 21 November 2019, 08:42 PM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂଦେଓ):୨୦୧୬ ଅଗଷ୍ଟରେ ପତ୍ନୀଙ୍କ ଶବକୁ ୧୨ କିଲୋମିଟର ବାଟ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବା ଦାନ ମାଝୀ ଏବେ କେମିତି ଅଛନ୍ତି ? କେମିତି ଅଛନ୍ତି ତାଙ୍କ ପରିବାର, କେମିତି ଅଛି ତାଙ୍କ ଗାଁ ? ତିନିବର୍ଷ ତଳେ ନେତାମନ୍ତ୍ରୀ କରିଥିବା ପ୍ରତିଶ୍ରୁତିର ବର୍ଷା, କେତେ ସୁଜଳା ସୁଫଳା କରିଛି ପାହାଡ଼ି ଇଲାକାକୁ ? ଜାଣିବା ପାଇଁ ଆମେ ପହଞ୍ଚିଥିଲୁ, ଦାନମାଝୀଙ୍କ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍।

ଖାଲି ସାଧାରଣ ନାଁଟିଏ ନୁହେଁ। ଅସହାୟତାର ବୋଝକୁ କାନ୍ଧରେ ଲଦି ଜୀବନ ସଂଘର୍ଷରେ ପେଶି ହେଉଥିବା ପ୍ରତିଟି ମଣିଷର ଦରଦୀ ଚେହେରା।ନିଜ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ଦେଶବିଦେଶରେ ଚର୍ଚ୍ଚିତ ହୋଇଥିବା ଦାନ, ଏବେ କେମିତି ଅଛନ୍ତି ଜାଣିବା ପାଇଁ ପାହାଡ଼ିଆ ଦୁର୍ଗମ ରାସ୍ତା ଡେଇଁ ଆମେ ପହଞ୍ଚିଥିଲୁ ତାଙ୍କ ଗାଁ ଥୁଆମୁଳ ରାମପୁର ମେଲଘରାରେ। ସେତେବେଳେ ପର୍ବତସମ ଦୁଃଖକୁ ମାଇଲ୍ ମାଇଲ୍ ବାଟ ବୋହିଥିବା ଦାନଙ୍କ କାନ୍ଧରେ ଖେଳୁଥିଲା। ହସୁଥିଲା ଖୁସିର କୁନି ଝରଣାଟିଏ।

ପ୍ରଥମ ଦୁଇ ପତ୍ନୀଙ୍କୁ  ହରାଇବା ପରେ ତୃତୀୟ ବିବାହ କରିଥିବା ଦାନ, ନିକଟରେ ପୁଣି ଗୋଟିଏ ଝିଅର ବାପା ହୋଇଛନ୍ତି।  ନିଜ ପରିବାରକୁ ନେଇ ଖୁସିରେ ଅଛନ୍ତି ଦାନ । ଖାଲି ଏତିକି ନୁହେଁ, ସେତେବେଳେ ବିଭିନ୍ନ ସୂତ୍ରରୁ ମିଳିଥିବା ଆର୍ଥିକ ସାହାଯ୍ୟରେ ପୂର୍ବରୁ ମୋଟର ସାଇକେଲ୍ କିଣିଥିବା ବେଳେ, ଏବେ ସେ ପକ୍କା ଘରଟିଏ ତୋଳୁଛନ୍ତି।

୨୦୧୬ରେ ଦାନ ମାଝୀ ଖବରର ଶିରୋନାମା ପାଲଟିବା ପରେ ତାଙ୍କ ଗାଁକୁ ଛୁଟିଥିଲା ବହୁ ନେତା ଓ ସରକାରୀ ବାବୁଙ୍କ ସୁଅ।  ଗାଁ ଲୋକଙ୍କ ଆଶା ଥିଲା, ଏଥର ଉପାନ୍ତ ମେଲଘରା ଉପରେ ସରକାରଙ୍କ ଦୃଷ୍ଟି ନିଶ୍ଚୟ ପଡ଼ିବ।  କିନ୍ତୁ ବିଡ଼ମ୍ବନା, ଦାନଙ୍କ ସ୍ଥିତି ସୁଧୁରିଥିଲେ ବି, ତାଙ୍କ ଗାଁର ଦୁଃସ୍ଥିତି ଯାହାକୁ ସେୟା । ଏବେବି ଅନ୍ଧାରରେ ମେଲଘରା।  ଯିବାକୁ ଭଲ ରାସ୍ତାଟିଏ ନାହିଁ, ନାଳ ଉପରେ ପୋଲ ନାହିଁ।

ଭଙ୍ଗା ପୋଲ ବି ସେମିତି ପଡ଼ିରହିଛି।  ଭଙ୍ଗାଦଦରା ସ୍କୁଲକୁ ପିଲା ଆସୁନଥିବା ବେଳେ ଅଙ୍ଗନବାଡ଼ି ବି ବନ୍ଦ ରହୁଛି।  ଯାହାକୁ ନେଇ ଦାନଙ୍କ ସହ ଅନ୍ୟ ସ୍ଥାନୀୟ ଲୋକେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

https://youtu.be/D8TxGUqliyY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos