ଶର୍ମିଷ୍ଠାଙ୍କ ପାକ୍ଷିକ ପତ୍ରିକାକୁ କେମିତି ମିଳିଲା ସ୍ୱୀକୃତି: ଖସିଯିବେ କି ମନ୍ତ୍ରୀ ଓ ସଚିବ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ଲୋକସମ୍ପର୍କ ଅଧିକାରୀ ତଥା ଅବସରପ୍ରାପ୍ତ ଓଡ଼ିଶା ସୂଚନା ସେବା ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହେବାପରେ ଏବେ ଅନେକ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ମାନସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ତଥା ପାକ୍ଷିକ ପତ୍ରିକା ‘ସମ୍ପୂର୍ଣ୍ଣ’ର ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ଫେରାର ଥିବାବେଳେ ଗିରଫ ନିରଞ୍ଜନ ସେଠୀ ହିଁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ବୋଲି ପୁଲିସ […]

Raghu-nandan-das

Raghu-nandan-das

Ordigital Desk
  • Published: Monday, 21 March 2022
  • Updated: 21 March 2022, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ଲୋକସମ୍ପର୍କ ଅଧିକାରୀ ତଥା ଅବସରପ୍ରାପ୍ତ ଓଡ଼ିଶା ସୂଚନା ସେବା ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହେବାପରେ ଏବେ ଅନେକ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି।

ମାନସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ତଥା ପାକ୍ଷିକ ପତ୍ରିକା ‘ସମ୍ପୂର୍ଣ୍ଣ’ର ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ଫେରାର ଥିବାବେଳେ ଗିରଫ ନିରଞ୍ଜନ ସେଠୀ ହିଁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି । ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗର ତତକାଳୀନ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସେଠୀ ସରକାରୀ ଚାକିରିରୁ ଅବସର ନେବାର ଶେଷଦିନରେ ଶର୍ମିଷ୍ଠାଙ୍କ ପତ୍ରିକା ‘ସମ୍ପୂର୍ଣ୍ଣ’କୁ କାହା ନିର୍ଦ୍ଦେଶରେ ସରକାରୀ ସ୍ୱୀକୃତି(ଏମପ୍ୟାନେଲମେଣ୍ଟ) ଦେଲେ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ଦସ୍ତଖତ ବିନା କୌଣସି ସମ୍ବାଦପତ୍ରକୁ ସରକାରୀ ସ୍ୱୀକୃତି ମିଳିବା ସମ୍ଭବପର ହୋଇନଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା କିଭଳି ଜାଣିପାରିଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଶ୍ରୀ ସେଠୀ ଗତ ଫେବୃୟାରୀ ୨୮ତାରିଖରେ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ତେବେ ଅବସର ନେବା ଦିନ ହିଁ କିଭଳି ‘ସମ୍ପୂର୍ଣ୍ଣ’ ପତ୍ରିକାକୁ ତାଙ୍କ ଦସ୍ତଖତରେ ସରକାରୀ ସ୍ୱୀକୃତି ମିଳିଲା, ସେ ନେଇ ନୂଆ ତଥ୍ୟ ପଦାକୁ ଆସିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ପଂଚାୟତ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଝାରସୁଗୁଡ଼ା ଜିଲ୍ଲାକୁ ପଠାଯାଇଥିଲା । ଆଉ ତାଙ୍କ ସ୍ଥାନରେ ଶ୍ରୀ ସେଠୀ ନିଜ ଦାୟିତ୍ୱ(ବୈଷୟିକ ନିର୍ଦ୍ଦେଶକ) ସହ ଅସ୍ଥାୟୀ ଭାବେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ ।

ଆଉ ଶ୍ରୀ ସେଠୀ ଫେବୃୟାରୀ ମାସରେ ଉଭୟ ଦାୟିତ୍ୱରେ ରହିବା ପରେ ହିଁ ୨୦୧୭ ମସିହାରୁ ଆବେଦନ ହୋଇ ପଡ଼ିରହିଥିବା ‘ସମ୍ପୂର୍ଣ୍ଣ ’ ପାକ୍ଷିକ ପତ୍ରିକାକୁ ସରକାରୀ ସ୍ୱୀକୃତି ଦେବାକୁ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା । ଶର୍ମିଷ୍ଠାଙ୍କ ସହ ଥିବା ନିଜର ବ୍ୟକ୍ତିଗତ ଘନିଷ୍ଠ ସମ୍ପର୍କ ଆଢ଼ୁଆଳରେ ଶ୍ରୀ ସେଠୀ ନିଜ କ୍ଷମତାର ଦୁରୂପଯୋଗ କରି ଏହି ପାକ୍ଷିକକୁ ସରକାରୀ ସ୍ୱୀକୃତି ଦେବାକୁ ଫାଇଲକୁ ଆଗକୁ ବଢ଼ାଇଥିଲେ । ଆଉ ଉକ୍ତ ଫାଇଲଟି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ବାଟ ଦେଇ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅନୁମୋଦନ ଲାଭ କରିଥିଲା । ଆଉ ସେହି ଅନୁମୋଦନକୁ ଆଧାର କରି ଶ୍ରୀ ସେଠୀ ଉକ୍ତ ପାକ୍ଷିକକୁ ସରକାରୀ ସ୍ୱୀକୃତି ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ବୋଲି ଫେବୃୟାରୀ ୨୮ରେ ସବୁ ବିଭାଗକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସୂଚନା ଓ ଲୋକସମ୍ପର୍କ ବିଭାଗରେ ଶତାଧିକ ସମ୍ବାଦପତ୍ର ଦୀର୍ଘବର୍ଷ ଧରି ଏମପ୍ୟାନେଲମେଣ୍ଟ ଅପେକ୍ଷାରେ ଥିବାବେଳେ ଶର୍ମିଷ୍ଠାଙ୍କ ପତ୍ରିକାକୁ ସରକାରୀ ସ୍ୱୀକୃତି ଦେବାକୁ କିଏ କାହିଁକି ଏତେ ତତ୍ପରତା ଦେଖାଇଲେ । ଶ୍ରୀ ସେଠୀଙ୍କ ସହ ଶର୍ମିଷ୍ଠାଙ୍କ ଅନୈତିକ ସମ୍ପର୍କ ଥିବାର ଚର୍ଚ୍ଚା ହେଉଛି । ମାତ୍ର କେବଳ ଶ୍ରୀ ସେଠୀ ଚାହିଁଲେ ବି କୌଣସି ସମ୍ବାଦପତ୍ରକୁ ସରକାରଙ୍କ ସ୍ୱୀକୃତି ମିଳିବା ସମ୍ଭବପର ନୁହେଁ । ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରତ୍ୟେକ ନିଷ୍ପତ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ରାଜନୀତିକ ବ୍ୟକ୍ତି ନେଉଛନ୍ତି ।

ଆଉ ତାଙ୍କର ସମ୍ମତି ବିନା ଏହି ପାକ୍ଷିକ ପତ୍ରିକାକୁ ସରକାରୀ ସ୍ୱୀକୃତି ମିଳିବା ସମ୍ଭବପର ନୁହେଁ । ତା’ଛଡ଼ା ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ବିନା ଦସ୍ତଖତରେ ତ ସରକାରୀ ସ୍ୱୀକୃତି ମିଳିବ ନାହିଁ । ତେଣୁ ପ୍ରକୃତରେ ଏହି ସମ୍ବାଦପତ୍ରକୁ ସରକାରୀ ସ୍ୱୀକୃତି ମିଳିଛି ନା ସେଥିରେ କିଛି ଜାଲିଆତି ହୋଇଛି ତାହା ତଦନ୍ତସାପେକ୍ଷ । ଯଦି ଜାଲିଆତି ହୋଇନି ତା’ହେଲେ କେଉଁ ତଥ୍ୟ ଆଧାରରେ ଶର୍ମିଷ୍ଠାଙ୍କ ପାକ୍ଷିକକୁ ସରକାରୀ ସ୍ୱୀକୃତି ଦେବାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଆଗ୍ରହ ଦେଖାଇଛନ୍ତି ।

ପଂଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଫେବୃୟାରୀ ୨୮ରେ ଭୋଟଗଣତି ଶେଷ ସହ ପ୍ରତ୍ୟାହାର ହୋଇଥିବାବେଳେ ସେହି ତାରିଖରେ ହିଁ ଶର୍ମିଷ୍ଠାଙ୍କ ପାକ୍ଷିକକୁ ସରକାରୀ ସ୍ୱୀକୃତି ମିଳିଛି । ମାନସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ବ୍ୟକ୍ତିଗତ ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜାଣିଥାଇପାରନ୍ତି ବୋଲି ଫଟୋଚିତ୍ର ବୟାନ କରୁଛି । କେବଳ ରଘୁନନ୍ଦନ ନୁହଁନ୍ତି ଶର୍ମିଷ୍ଠାଙ୍କର ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ପ୍ରତାପ ଦେବ, ସୁଲତା ଦେଓଙ୍କ ଭଳି ରାଜନେତାମାନଙ୍କ ସହ ସମ୍ପର୍କ ବି ରହିଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ତେଣୁ ଶର୍ମିଷ୍ଠାଙ୍କ ପତ୍ରିକାକୁ କାହା ନିର୍ଦ୍ଦେଶରେ ସରକାରୀ ସ୍ୱୀକୃତି ମିଳିଲା ଓ ମନ୍ତ୍ରୀ ଶ୍ରୀ ଦାସ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ କାହିଁକି ଏପରି ପ୍ରଶାସନିକ ନିଷ୍ପତ୍ତି ନେଲେ ତାହା ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story