ବୋହୂର ଚୁଟି ଧରି ରାସ୍ତାକୁ ଫିଙ୍ଗିଦେଲେ ମାଆ-ପୁଅ!

banki

banki

banki

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 06:33 PM IST

Sports

Latest News

ବାଙ୍କୀ(ସଞ୍ଜୀପ ନାୟକ): ନବବଧୂଙ୍କୁ ଘରେ ଛେଚିଲେ। ଆଉ ତା’ପରେ ଚୁଟି ଧରି ଘୂଷାରି ଘୂଷାରି ଆଣି ରାସ୍ତାରେ ଫିଙ୍ଗିଲେ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଚକାପଦା ଗାଁରେ। ଯୌତୁକ ପାଇଁ ଏମିତି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ବର୍ଷେ ତଳେ ସୁଚିତ୍ରା ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ପ୍ରମୋଦ ସାହୁ। ବିବାହ ସମୟରେ ଦାବି ମୁତାବକ ଯୌତକ ଦିଆଯାଇଥିଲା। ପରେ ସେମାନଙ୍କ ସାଂସାରିକ ରଥ ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ଯୌତୁକ ରାକ୍ଷସର ଲୋଲୁପ ଆଖି ପଡ଼ିଥିଲା ସୁଚିତ୍ରାଙ୍କ ଉପରେ। ଅଧିକ ଯୌତୁକ ଦାବି କରି ଶାଶୂ ଓ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ସବୁ ନିର୍ଯାତନା ସହି ସୁଚିତ୍ରା ଶାଶୂ ଘରେ ରହୁଥିଲେ।

ତେବେ ଆଜି ନିର୍ଯାତନା ସବୁ ସୀମା ଅତିକ୍ରମ କରିଥିଲା। ପ୍ରଥମାଷ୍ଟମୀରେ ସକାଳେ ରୋଷେଇ କରିବାକୁ ପ୍ରମୋଦ ତାଙ୍କ ପତ୍ନୀଙ୍କୁ କହିଥିଲେ। ସ୍ୱାମୀଙ୍କ କଥାକୁ ସମ୍ମାନ ଦେଇ ରୋଷେଇ କରିଥିଲେ ସୁଚିତ୍ର। ମାତ୍ର ଖାଇବା ପାଇଁ ଆସିବାରେ ବିଳମ୍ୱ ହେବାରୁ କୁଆଡ଼େ ଯାଇଥିଲ ବୋଲି ପ୍ରମୋଦଙ୍କୁ ସୁଚିତ୍ରା ପଚାଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁଚିତ୍ରାଙ୍କୁ ତାଙ୍କ ଶାଶୂ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଶାଶୂଙ୍କ ନିର୍ଦ୍ଦେଶରେ ସ୍ୱାମୀ ପ୍ରମୋଦ, ସୁଚିତ୍ରାଙ୍କୁ ମାଡ଼ ମାରିଥିଲେ। ଏହାପରେ ସୁଚିତ୍ରାଙ୍କୁ ଘରୁ ଘୋଷାଡି ଘୋଷାଡି ଆଣି ରାସ୍ତା କଡ୍‌ରେ ଫିଙ୍ଗି ଦେଇଥିଲେ।

ଗାଁ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସୁଚିତ୍ରାଙ୍କୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ବାଙ୍କୀ ପୁଲିସ ସୁଚିତ୍ରାଙ୍କ ସ୍ୱାମୀ ପ୍ରମୋଦଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story